Monday, September 28, 2026
29.4 C
Odisha

    ରୁଷ୍‌ର ଶୀର୍ଷ ସୁରକ୍ଷା ପରିଷଦ ସହିତ ଏକ ଗୁପ୍ତ ବୈଠକ କଲେ ପୁଟିନ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କ୍ରୁଜ୍‌ ‌କ୍ଷେପଣାସ୍ତ୍ର ଆକ୍ରମଣ କରିବା ପାଇଁ ୟୁକ୍ରେନର ଯୋଜନା ରୁଷ୍‌ର ଚିନ୍ତାର କାରଣ ବନିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ରୁଷ୍‌ର ପରମାଣୁ କ୍ଷମତା ସଂକ୍ରାନ୍ତ‌ରେ ଶୀର୍ଷ ସୁରକ୍ଷା ପରିଷଦ ସହିତ ଏକ ଗୁପ୍ତ ବୈଠକ କରିଥିବା ସୂୂଚନା ରହିଛି। ଏହି ବୈଠକର ଏକ ଭିଡିଓ ଏବେ ପ୍ରଘଟ ହୋଇ ଘୂରିବୁଲୁଛି। ପୁଟିନ୍‌ କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ଶତ୍ରୁର ମୁକାବିଲା ପାଇଁ ଆମ ପରମାଣୁ ନୀତି ବଦଳିବ।

    ପୁଟିନ୍‌ଙ୍କ ଏହି ଚେତାବନୀକୁ ନାଟୋ ରାଷ୍ଟ୍ରମାନେ ଗମ୍ଭୀରତାର ସହ ନେଇଛନ୍ତି । ରୁଷ୍‌ରେ ବିଭିନ୍ନ ସ୍ଥାନକୁ ଟାର୍ଗେଟ୍‌ କରିବାପାଇଁ କ୍ରୁଜ୍‌ ମିସାଇଲ୍‌ ବ୍ୟବହାର କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ର ଅନୁମତି ଦେବା ପରେ ରୁଷ୍‌ ଏନେଇ ଚିନ୍ତା ପ୍ରକଟ କରିଛି। ଗତ ସପ୍ତାହରେ ରୁଷ୍‌ ଉପରେ ଆକ୍ରମଣ ପାଇଁ ବ୍ରିଟେନ୍‌ ଏହାର ‘ଷ୍ଟର୍ମ ସ୍ୟାଡୋ’ କ୍ରୁଜ୍‌ ମିସାଇଲ୍‌ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାରମର ମଧ୍ୟ ଆମେରିକା ଯାଇ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିଥିଲେ। ଉଭୟ ନେତା ରୁଷ୍‌ ମାଟିରେ ୟୁକ୍ରେନର  କ୍ଷେପଣାସ୍ତ୍ର ବ୍ୟବହାର ଉପରେ ଆଲୋଚନା କରିଥିଲେ।

    କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକଭ୍‌ କହିଛନ୍ତି,  ଯୁଦ୍ଧ ରଣନୀତି ସଂକ୍ରାନ୍ତରେ  ପୁଟିନ୍‌ ତାଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ପରମାଣୁ ନୀତି ସଂକ୍ରାନ୍ତରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ