Monday, September 28, 2026
30.3 C
Odisha

    ମାନହାନୀ ମାମଲାରେ ସଞ୍ଜୟଙ୍କୁ ୧୫ ଦିନ ଜେଲ୍‌ ‌ଦଣ୍ଡ ଶୁଣାଇଲେ ସୁପ୍ରିମ୍‌କୋର୍ଟ

    ଆଗକୁ ପଢନ୍ତୁ

    ମୁମ୍ବାଇ: ରାଜ୍ୟସଭା ସାଂସଦ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ୍‌କୋର୍ଟ। ପୂର୍ବତନ ବିଜେପି ସାଂସଦ କିରିତ୍‌ ସୋମୟାଙ୍କ ପତ୍ନୀ ମେଧା ସୋମୟା ରୁଜୁ କରିଥିବା ମାନହାନୀ ମକଦ୍ଦମାରେ ଅଦାଲତ ସଞ୍ଜୟଙ୍କୁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

    ମେଧା ସୋମୟା ‌ହେଉଛନ୍ତି ମୁମ୍ବାଇର ରୁଇୟା କଲେଜର ଜୈବ୍ୟ ରସାୟନ ବିଜ୍ଞାନର ଅଧ୍ୟାପିକା। ମେଧା ସୋମାୟା ଓକିଲ ବିବକୋନନ୍ଦ ଗୁପ୍ତାଙ୍କ ଜରିଆରେ ଦାଖଲ କରିଥିବା ଏକ ଅଭିଯୋଗରେ ଦର୍ଶାଇଥିଲେ ଯେ ରାଉତ ସେ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ଭିତ୍ତିହୀନ ତଥା ସମ୍ପୂର୍ଣ୍ଣ ମିଥ୍ୟ ପ୍ରଚାର କରି ସେମାନଙ୍କୁ ବଦନାମ କରୁଛନ୍ତି।

    ସେ ଏବଂ ତାଙ୍କର ସ୍ବେଚ୍ଛାସେବୀ ସଂଗଠନ ୧୦୦ କୋଟି ଟଙ୍କାର ଚୌଚାଳୟ ଦୁର୍ନୀତିରେ ଜଡ଼ିତ ବୋଲି ସଞ୍ଜୟ ରାଉତ ମିଥ୍ୟ ପ୍ରଚାର କରିଥିବା ଅଭିଯୋଗ ଆଣିଥିଲେ ମେଧା। ଏଥିପାଇଁ ‌ସେ ଶିବସେନା (ୟୁବିଟି) ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲୋଡିଥିଲେ।

    ମାନହାନୀ ମକଦ୍ଦମା ଆଧାରରେ ରାଉତଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ତାଙ୍କୁ ୧୫ ଦିନ ପାଇଁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହ ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ