Sunday, October 25, 2026
21.4 C
Odisha

    ପ୍ରଶ୍ନପତ୍ର ଲିକକୁ ନେଇ ପ୍ରଧାନ ମନ୍ତ୍ରୀଙ୍କୁ ସମାଲୋଚନା କଲେ ରାହୁଲ

    ଆଗକୁ ପଢନ୍ତୁ

    ନିଟ୍ ୟୁଜି ୨୦୨୪ ଓ ୟୁଜିସି ନେଟ୍ ୨୦୨୪ ପରୀକ୍ଷାରେ ଅବ୍ୟବସ୍ଥାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଦେଶର ଶିକ୍ଷା ବ୍ୟବସ୍ଥାକୁ ଯୋଜନାବଦ୍ଧ ଭାବେ ଅକ୍ତିଆର କରାଯାଇଛି । ଏହାକୁ ବନ୍ଦ କରିବାକୁ ପଡ଼ିବ। ଏହାକୁ ବଦଳାଇବାକୁ ପଡ଼ିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି ସେ ଇସ୍ରାଏଲ, ଗାଜା ଓ ରୁଷିଆ-ୟୁକ୍ରେନ ଯୁଦ୍ଧ ଅଟକାଇଦେଇଥିଲେ, କିନ୍ତୁ ପ୍ରଶ୍ନପତ୍ର ଲିକକୁ ରୋକିପାରୁ ନାହାନ୍ତି ବୋଲି ରାହୁଲ କଟାକ୍ଷ କରିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି, ଯେଉଁମାନେ ପ୍ରଶ୍ନପତ୍ର ଲିକ୍ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାଗଜ ଲିକ୍ ହେବା ପୂର୍ବରୁ ଆମକୁ ସିଷ୍ଟମ ଯାଞ୍ଚ କରିବାକୁ ପଡିବ । ଯୁବପିଢିଙ୍କ ଭବିଷ୍ୟ ସହ ଖେଳ ହୋଇଛି। ନିଟ୍ ପ୍ରଶ୍ନପତ୍ର ଲିକ୍ ହୋଇଛି। ୟୁଜିସି ନେଟ୍ ପେପରରେ ଜାଲିଆତି ହୋଇଛି। ଏସବୁର ତଦନ୍ତ ହେବା ଦରକାର ବୋଲି ରାହୁଲ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.4 ° C
    21.4 °
    21.4 °
    63 %
    0.8kmh
    1 %
    Sun
    28 °
    Mon
    28 °
    Tue
    30 °
    Wed
    28 °
    Thu
    24 °

    ସମ୍ବନ୍ଧିତ