Monday, April 6, 2026
23.6 C
Odisha

    ଉତ୍ତରପ୍ରଦେଶରେ ସମ୍ବିଧାନ ନୁହେଁ, ମନୁସ୍ମୃତି ଚାଲିଛି : ରାହୁଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଶନିବାର ଗୃହରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ହାଥରସ୍ ଦୁଷ୍କର୍ମ ମାମଲାକୁ ନେଇ ୟୁପିର ଯୋଗୀ ସରକାର ମଧ୍ୟ ରାହୁଲଙ୍କ ଟାର୍ଗେଟରେ ଥିଲେ। ୪ ବର୍ଷ ତଳେ ହାଥରସରେ ଜଣେ ଦଳିତ ମହିଳାଦୁଷ୍କର୍ମର ଶିକାର ହୋଇଥିଲେ। ଅପରାଧୀମାନେ ବାହାରେ ବୁଲୁଥିବା ବେଳେ ପୀଡ଼ିତାଙ୍କ ପରିବାର ଜେଲରେ ଜୀବନ ବିତାଉଛନ୍ତି। ଉତ୍ତରପ୍ରଦେଶରେ ସମ୍ବିଧାନ ନୁହେଁ, ମନୁସ୍ମୃତି ଚାଲିଛି ବୋଲି ସେ କହିଛନ୍ତି ।

    ସେ କହିଛନ୍ତି, ସମ୍ବିଧାନରେ ଆମ୍ବେଦକର, ଗାନ୍ଧୀ, ନେହେରୁଙ୍କ ଚିନ୍ତାଧାରା ରହିଛି। ସେହି ଚିନ୍ତାଧାରାର ଉତ୍ସ ଥିଲେ ଶିବ, ବୁଦ୍ଧ, ମହାବୀର, କବୀର ଇତ୍ୟାଦି । ସମ୍ବିଧାନକୁ ନେଇ ସବରକର କହୁଥିଲେ ଯେ ସମ୍ବିଧାନର ସବୁଠାରୁ ଖରାପ କଥା ହେଉଛି ଏଥିରେ ଭାରତୀୟ କିଛି ନାହିଁ। ଯେତେବେଳେ ଆପଣ ସମ୍ବିଧାନ ବଞ୍ଚାଇବା କଥା କହୁଛନ୍ତି, ସେତେବେଳେ ଆପଣ ନିଜ ନେତା ସାବରକରଙ୍କୁ ଉପହାସ କରୁଛନ୍ତି।

    ରାହୁଲ ଗାନ୍ଧି କହିଛନ୍ତି, ଯେମିତି ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କ ଅଙ୍ଗୁଠି କାଟିଦେଇଛନ୍ତି, ଠିକ୍ ସେମିତି ଆପଣ ଭାରତବାସୀଙ୍କ ଅଙ୍ଗୁଠି କାଟୁଛନ୍ତି। ଯେତେବେଳେ ଆପଣ ଅଦାନୀଙ୍କୁ ଧାରାବୀ ବିକ୍ରି କରନ୍ତି, ଆପଣ ଧାରାବୀର ଲୋକଙ୍କ ଆଙ୍ଗୁଠି କାଟି ଦିଅନ୍ତି । ଯେତେବେଳେ ଆପଣ ଆଦାନୀଙ୍କୁ ସାହାଯ୍ୟ କରନ୍ତି, ସେତେବେଳେ ଆପଣ ଦେଶର ଲୋକଙ୍କ ଆଙ୍ଗୁଠି କାଟି ଦିଅନ୍ତି । ରାହୁଲ ଗାନ୍ଧି କହିଛନ୍ତି, ଆମେ ଦେଶରେ ଜାତିଗତ ଜନଗଣନା ମାଧ୍ୟମରେ ଦେଖାଇବାକୁ ଚାହୁଁଛୁ ଯେ ଆପଣ କାହାର ଅଙ୍ଗୁଠି କାଟିଛନ୍ତି। ଆମେ ସଂରକ୍ଷଣ ପାଇଁ ଥିବା ୫୦ ପ୍ରତିଶତ ସୀମାକୁ ମଧ୍ୟ ଭାଙ୍ଗିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ