Tuesday, March 11, 2025
23.7 C
Odisha

    ମେ’ ୩ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମେ’ ୩ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ରାୟଗଡା ଆସି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ତେବେ ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଏନେଇ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ୫ ତାରିଖ କିମ୍ବା ୯ ତାରିଖରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବେ । ନବରଙ୍ଗପୁରରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ସଭା କରିବେ ବୋଲି ସୂଚନା ମିଳିଛି । ତେବେ ରାହୁଲ ଗାନ୍ଧୀଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଓଡିଶା ଆସିବେ ବୋଲି ଜଣାପଡିଛି ।

    ଶନିବାର ପ୍ରଥମ ଥର ପାଇଁ ଓଡିଶାରେ ନିର୍ବାଚନୀ ସମାବେଶ କରିଥିଲେ ରାହୁଲ ଗାନ୍ଧୀ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏହି ସଭାରେ ଜୋରଦାର ବର୍ଷିଥିଲେ । କେନ୍ଦ୍ର ସରକାର ସହିତ ରାଜ୍ୟ ସରକାର ଉପରେ ବର୍ଷିଥିଲେ ରାହୁଲ । ତା ସହିତ ଓଡିଶା ଏବଂ କେନ୍ଦ୍ରରେ ସରକାର ଗଠନ ହେଲେ କେଉଁ ସବୁ ପ୍ରତିଶ୍ରୁତି ପୂରଣ କରାଯିବ ତାହାର ମଧ୍ୟ ହିସାବ ଦେଇଥିଲେ ରାହୁଲ । ତେଣୁ ପ୍ରଥମ ଗସ୍ତର କିଛି ଦିନ ପରେ ଆସନ୍ତା ମେ ୩ ତାରିଖରେ ଦ୍ୱିତୀୟ ଥର ପାଇଁ ରାହୁଲ ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.7 ° C
    23.7 °
    23.7 °
    25 %
    2.3kmh
    6 %
    Tue
    24 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ