Friday, April 3, 2026
36.1 C
Odisha

    ମୋଦୀଙ୍କୁ ଟାର୍ଗେଟ କରି ‘ଅମ୍ବାନୀ ବିବାହ’କୁ ରାହୁଲ ଗାନ୍ଧୀଙ୍କ କଟାକ୍ଷ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ସେ ଏପରି ଏକ ଢାଞ୍ଚା ତିଆରି କରୁଛନ୍ତି ଯେଉଁଥିରେ କେବଳ କିଛି ନିର୍ଦ୍ଦିଷ୍ଟ ଲୋକ (ଅମ୍ବାନୀ ପରିବାର) ଭବ୍ୟ ବିବାହ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିବେ। ମୁକେଶ ଅମ୍ବାନୀଙ୍କ ସାନ ପୁଅଙ୍କ ବିବାହରେ ହୋଇଥିବା ବ୍ୟୟ ଏବଂ ଦେଶରେ କୃଷକଙ୍କ ହାରାହାରି ଆର୍ଥିକ ସ୍ଥିତିକୁ ତୁଳନା କରି ରାହୁଲ ଗାନ୍ଧୀ କହିଛନ୍ତି- ‘ଆପଣ ଅମ୍ବାନୀଙ୍କ ବିବାହ ଦେଖିଛନ୍ତି କି? ଅମ୍ବାନୀ ଏହି ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା କାହାର ଟଙ୍କା? ଏହା ଆପଣଙ୍କ ଟଙ୍କା। … ଆପଣମାନେ ନିଜ ପିଲାଙ୍କୁ ବିବାହ କରିବା ପାଇଁ ବ୍ୟାଙ୍କରୁ ଋଣ ନେଇଥାନ୍ତି କିନ୍ତୁ ନରେନ୍ଦ୍ର ମୋଦୀ ଏପରି ଏକ ଢାଞ୍ଚା ତିଆରି କରିଛନ୍ତି ଯାହା ଅଧୀନରେ ଚୟନ ହୋଇଥିବା ୨୫ ଜଣ (ଉଦ୍ୟୋଗପତି) ହିଁ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିପାରିବେ, କିନ୍ତୁ ଜଣେ କୃଷକ ଋଣରେ ବୁଡ଼ିଯିବା ପରେ ହିଁ ବିବାହ ଆୟୋଜନ କରିପାରିବେ।’

    ଯଦି ଏହା ସମ୍ବିଧାନ ଉପରେ ଆକ୍ରମଣ ନୁହେଁ, ତେବେ କ’ଣ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ହରିୟାଣାର ବାହାଦୁରଗଡ଼ରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ ଏହା କହିଛନ୍ତି। କଂଗ୍ରେସ ନେତା ଆହୁରି ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆଦାନୀ ଏବଂ ଅମ୍ବାନୀଙ୍କୁ ହିଁ ସାହାଯ୍ୟ କରନ୍ତି, ଦେଶର ନିଯୁକ୍ତି ବ୍ୟବସ୍ଥାକୁ ନଷ୍ଟ କରନ୍ତି ଏବଂ ପରେ ସେମାନେ ଏକାଠି ସମ୍ବିଧାନ ଉପରେ ଆକ୍ରମଣ କରନ୍ତି। ବିଜେପି ସମ୍ବିଧାନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି ଏବଂ ଆମେ ଏହାକୁ ରକ୍ଷା କରିବାକୁ ଚାହୁଛୁ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କୋଟିପତିଙ୍କ ୧୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରନ୍ତି ଏବଂ କୃଷକ, ଛାତ୍ରଛାତ୍ରୀଙ୍କ ଋଣ ଛାଡ଼ କରନ୍ତି ନାହିଁ ସେତେବେଳେ ସେମାନେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି। ଏଭଳି ଅବସ୍ଥାର ପରିସମାପ୍ତି ପାଇଁ ଲୋକେ ଏକଜୁଟ ହେବା ଜରୁରୀ ବୋଲି ରାହୁଲ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ