Monday, October 5, 2026
22.4 C
Odisha

    ରାଜଗାଙ୍ଗପୁରରେ ରାହୁଲଙ୍କ ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ଭାରତ ଯୋଡ ନ୍ୟାୟ ଯାତ୍ରାର ବୁଧବାର ଦ୍ବିତୀୟ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଉରକେଲାରୁ ଆସି ନିର୍ଦ୍ଧାରିତ ସମୟ ପୂର୍ବରୁ ଦିନ ସାଢେ ୧୧ଟାରେ ରାଜଗାଙ୍ଗପୁରରେ ପହଞ୍ଚିଥିଲେ। ଆଦିବାସୀଙ୍କ ମାଦଳ ବାଜାର ତାଳେ ତାଳେ ତାଙ୍କୁ ହଜାର ହଜାର କଂଗ୍ରେସ କର୍ମୀ ଓ ସାଧାରଣଜନତା ଭବ୍ୟ ସ୍ବାଗତ କରିଥିଲେ। ଶ୍ରୀ ଗାନ୍ଧୀ ଏଠାରେ ମଧ୍ୟାହ୍‌ଣ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ ରାଣୀବନ୍ଧ ଛକରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଏହା ପରେ ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହା ପରେ ରାହୁଲ କୁତ୍ରା, ବଡ଼ଗାଁ, ସୁନ୍ଦରଗଡ ଅଭିମୁଖେ ବାହାରିଥିଲେ।ଏହା ପୂର୍ବରୁ ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତ ଜୟରାମ ରମେଶ, ଡ.କହ୍ନେୟା କୁମାର, ଓଡ଼ିଶା ପ୍ରଭାରୀ ଡ.ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ପ୍ରମୁଖଙ୍କ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ବିଜେପି, ବିଜେଡି ସରକାରର ଜନମାରଣ ଓ କର୍ପୋରେଟ ମୁନାଫା ନୀତିର ତୀବ୍ର ସମାଲୋଚନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ