Sunday, October 4, 2026
30.6 C
Odisha

    ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଅପିଲ୍:ମଣିପୁର ଆସି ଲୋକଙ୍କ ଦୁଃଖ ଶୁଣନ୍ତୁ

    ଆଗକୁ ପଢନ୍ତୁ

    ଇମ୍ଫାଲ: ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋମବାର ମଣିପୁର ଗସ୍ତରେ ଥିଲେ। ଏହି ସମୟରେ ସେ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ଭେଟିଥିଲେ। ମଣିପୁରର ଲୋକଙ୍କୁ ଭେଟିବା ପାଇଁ ସେ ରିଲିଫ କ୍ୟାମ୍ପରେ ମଧ୍ୟ ପହଞ୍ଚିଥିଲେ। ସେ ସନ୍ଧ୍ୟାରେ ଗଣମାଧ୍ୟମ ସହ କଥା ହୋଇଥିଲେ। ସେ କହିଛନ୍ତି ମୁଁ ତୃତୀୟ ଥର ପାଇଁ ଏଠାକୁ ଆସିଛି। ମୁଁ ଭାବିଥିଲି ରାଜ୍ୟର ତୃଣମୂଳସ୍ତରରେ ବହୁତ ଉନ୍ନତି ହୋଇଥିବ। କିନ୍ତୁ ପରିସ୍ଥିତି ନିରାଶଜନକ ରହିଛି। ଏଠାକାର ସ୍ଥିତି ନେଇ ମୁଁ ନିରାଶ ହୋଇଛି।ମୁଁ କ୍ୟାମ୍ପ ପରିଦର୍ଶନ କରିଥିଲି ଏବଂ ସେଠାରେ ଥିବା ଲୋକଙ୍କଠାରୁ ସେମାନଙ୍କ ଯନ୍ତ୍ରଣା ଶୁଣିଥିଲି।
    ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ସେ ମଣିପୁରକୁ ଆସି ରାଜ୍ୟରେ କ’ଣ ଘଟୁଛି ତାହା ବୁଝିବା ଏବଂ ଲୋକଙ୍କ ଦୁଃଖ ଶୁଣିବା ଆବଶ୍ୟକ। ରାଜ୍ୟର ଲୋକେ ଏବଂ ସମଗ୍ର ଦେଶ ଚାହୁଁଛି ପ୍ରଧାନମନ୍ତ୍ରୀ ଏଠାକୁ ଆସନ୍ତୁ।

    ରାଜ୍ୟ କଂଗ୍ରେସ ସଭାପତି କିଷାମ ମେଘଚନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଲୋକମାନଙ୍କୁ ସମର୍ଥନ ଯୋଗାଇବା ଏବଂ ସ୍ଥିତିର ପରିସ୍ଥିତିକୁ ଅନୁଧ୍ୟାନ କରିବା। ଏହା ପୂର୍ବରୁ ରାହୁଲ ଜିରିବାମ ଜିଲ୍ଲାର ଅନ୍ୟ ଏକ ରିଲିଫ କ୍ୟାମ୍ପ ପରିଦର୍ଶନ କରିଥିଲେ।
    କଂଗ୍ରେସ ଏକ ପୋଷ୍ଟରେ କହିଛି, ହିଂସା ପରେ ମଣିପୁରକୁ ରାହୁଲଙ୍କର ତୃତୀୟ ଗସ୍ତ। ଏହା ଲୋକମାନଙ୍କ ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି।ଗତ ବର୍ଷ ମେ’ ମାସରୁ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଯୋଗୁ ମଣିପୁରରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ