Tuesday, November 25, 2025
17.4 C
Odisha

    ଫେବ୍ରୁଆରୀ ୨୨ରେ ଓଡ଼ିଶା ଆସିବେ ରାଜନାଥ, ନବରଙ୍ଗପୁର, ଗଞ୍ଜାମ ଓ ମୟୂରଭଞ୍ଜର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

    ଆଗକୁ ପଢନ୍ତୁ

    ବିଜେପି ଫୋକସରେ ଓଡ଼ିଶା । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ସିରିଜ ଗସ୍ତ ଆରମ୍ଭ ହୋଇଛି । ବିଜେପିର ହେଭିୱେଟ ନେତା ଏବେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହିକ୍ରମରେ ଓଡିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ।ଆସନ୍ତା ୨୨ ତାରିଖରେ ଓଡିଶା ଆସୁଛନ୍ତି ରାଜନାଥ ସିଂ । ୩ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ । ଗଂଜାମରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ । ଏହାପୂର୍ବରୁ ଶିବରାଜ ସିଂ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    17.4 ° C
    17.4 °
    17.4 °
    69 %
    1.3kmh
    19 %
    Mon
    17 °
    Tue
    27 °
    Wed
    26 °
    Thu
    25 °
    Fri
    25 °

    ସମ୍ବନ୍ଧିତ