Wednesday, September 30, 2026
23.3 C
Odisha

    ବଡ଼ ଭଉଣୀଙ୍କୁ ହରାଇଲେ ଅମିତ ଶାହା; ବାତିଲ କଲେ ସମସ୍ତ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ମୁମ୍ବାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଭଉଣୀଙ୍କ ସୋମବାର ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସ‌ାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ବଡ଼ଭଉଣୀ ରାଜେଶ୍ୱରୀ ବେନ ଶାହାଙ୍କ ମୃତ୍ୟୁ ଖବର ପାଇ ଅମିତ ଶାହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ସେ ସଙ୍ଗେସଙ୍ଗେ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଗସ୍ତକୁ ବାତିଲ କରି ଭଉଣୀ ପାଖକୁ ଦୌଡ଼ି ଆସିଛନ୍ତି। ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ୬୦ବର୍ଷୀୟ ରାଜେଶ୍ୱରୀ ବେନଙ୍କ ଫୁସଫୁସ ପ୍ରତିରୋପଣ କରାଯାଇଥିଲା। କିଛିମାସ ତଳେ ସେ ଅସୁସ୍ଥ ହେବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସହିତ ଡାକ୍ତରମାନେ ତାଙ୍କୁ ପ୍ରତି ମୁହୂର୍ତ୍ତରେ ନୀରିକ୍ଷଣରେ ରଖିଥିଲେ।

    ରାଜେଶ୍ୱରୀଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଅନେକ ଚେଷ୍ଟା କରିଥି‌ଲେ ହେଁ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତଦେହକୁ ହସ୍ପିଟାଲରୁ ରାଜେଶ୍ୱରୀଙ୍କ ଘରୁକୁ ଅଣାଯାଇଛି।  ସୋମବାର ସନ୍ଧ୍ୟା ସୁଦ୍ଧା ଭଲତେଜ ଶ୍ମଶାନଘାଟରେ ଅମିତ ଶାହାଙ୍କ ଭଉଣୀଙ୍କ ଅନ୍ତିମ ସଂସ୍କାର କରାଯିବ।

    କେନ୍ଦ୍ର ଗୃହମନ୍ତ୍ରୀ ଶାହା ବିଜେପି କର୍ମକର୍ତ୍ତାଙ୍କ ସହ ମକର ସଂକ୍ରାନ୍ତି ପର୍ବ ପାଳନ ପାଇଁ ଗତ ରବିବାର ଅହମ୍ମଦାବାଦରେ ଥିଲେ। ସୋମବାର ସେ ଗୁଜୁରାଟରେ ଆୟୋଜିତ ହେବାକୁ ଥିବା ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହୋଇଥାଆନ୍ତେ। କିନ୍ତୁ ବଡ଼ଭଉଣୀ ମୃତ୍ୟୁଖବର ପାଇ କେନ୍ଦ୍ରମନ୍ତ୍ରୀ ତାଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    83 %
    1.3kmh
    7 %
    Tue
    23 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ