Sunday, October 4, 2026
30.6 C
Odisha

    ୧୦୦ଷଣ୍ଢଙ୍କୁ ନେଇ ଆରମ୍ଭ ହୋଇଥିବା ଜଲିକଟ୍ଟୁରେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ଜଣ ଆହତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ତାମିଲନାଡୁର ମଦୁରେ ଜିଲ୍ଲାରେ ଜାନୁଆରି ୧୫ ତାରିଖରେ ପୋଙ୍ଗଲ ମହୋତ୍ସବ ସମୟରେ ରାଜ୍ୟର ଭିନ୍ନ ଭିନ୍ନ ଅଂଚଳରେ ଜଲିକଟ୍ଟୁ ଆୟାଜିତ ହୋଇଛି। ଏହି ଜଲିକଟ୍ଟୁ ସମୟରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ୩୬ଜଣଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ସହାୟତା ପାଇଁ ୨୦ଟି ମେଡିକାଲ ଟିମକୁ ନି‌ୟୋଜିତ କରାଯାଇଛି। ସୂଚନାଯୋଗ୍ୟ, ୨୦୨୪ର ପ୍ରଥମ ବଡ଼ ଜଲିକଟ୍ଟୁ ଅବନିୟାପୁରମରେ ଆରମ୍ଭ ହୋଇଯାଇଛି। ଆୟୋଜନ ପାଇଁ ୧୦୦ଟି ଷଣ୍ଢ ଓ ୬୦୦ଜଣଙ୍କୁ କାବୁ କରିବା ପାଇଁ ପଞ୍ଜିକରଣ କରାଯାଇଥିଲା। ଜିଲ୍ଲାପାଳ ସଙ୍ଗୀତାଙ୍କ ଉପସ୍ଥିତିରେ ଶପଥଗ୍ରହଣ ପରେ ସକାଳୁ ୮ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟାରେ ଶେଷ ହୋଇଛି। ଏହା ଆସନ୍ତା ତିନି ଦିନ ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ୮ ରାଉଣ୍ଡରେ ଜଲିକଟ୍ଟୁ ଆୟୋଜନ କରାଯାଇଥାଏ। ଯେଉଁଥିରେ ୫୦ରୁ ୭୫ଷଣ୍ଢଙ୍କୁ ସାମିଲ କରାଯାଇଥ‌ାଏ। ଏଥିରେ ଯେଉଁବ୍ୟକ୍ତି ଅଧିକ ମାତ୍ରାରେ ଷଣ୍ଢଙ୍କୁ ଆୟତ୍ତ କରିବେ ତାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ପଠାଯିବ। ଏହି କାର୍ଯ୍ୟକ୍ରମକୁ ଆୟତ୍ତ କରିବା ପାଇଁ  ୮୦୦ ପୁଲିସକର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଏହି ଖେଳ ଚାଲିଥିବା ବେଳେ ଷଣ୍ଢକୁ କାବୁ କରିବାକୁ ଯାଇ ଜଣେ ସବ-ଇନ୍ସପେକ୍ଟରଙ୍କୁ ମିଶାଇ ୩୬ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ରାଜାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ତେବେ ଏହି ଜଲିକଟ୍ଟୁ ଖେଳ ଏକ ବିପଦପୂର୍ଣ୍ଣ ଖେଳ। ପ୍ରତିବର୍ଷ ଏହି ଖେଳ ହେତୁ ଲୋକଙ୍କ ଜୀବନ ଯାଉଥିବା ବେଳେ ଆଉ କେତେ ଏଥି‌ରେ ଆହତ ହୋଇଥାଆନ୍ତି। ଏହି ଖେଳକୁ ବନ୍ଦ କରିବାକୁ ଅନେକ ସମୟରେ ସ୍ବର ଉଠିଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ବନ୍ଦ ହୋଇ ପାରୁନାହିଁ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ