Thursday, September 19, 2024
25.2 C
Odisha

    ରକ୍ଷା ବନ୍ଧନ ହେଉଛି ସେବା, ସୁରକ୍ଷା, ସଂକଳ୍ପ ଓ ପ୍ରେରଣାର ଉତ୍ସବ: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୯/୦୮: ଆଜି ରାଜ୍ୟ କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି, ରକ୍ଷା ବନ୍ଧନ ହେଉଛି ସେବା, ସୁରକ୍ଷା, ସଂକଳ୍ପ ଓ ପ୍ରେରଣାର ଉତ୍ସବ । ଭଉଣୀଟିଏ ଯେପରି ରାକ୍ଷୀବାନ୍ଧିବା ପରେ ଭାଇ ତା’ର ସୁରକ୍ଷା ପାଇଁ ସଂକଳ୍ପ ନେଇଥାଏ, ସେହିପରି ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ରକ୍ଷା ବନ୍ଧନ ଆମ ସାମାଜିକ ବ୍ୟବସ୍ଥାର ଏକ ବହୁତ ବଡ଼ କଡ଼ି । ଫୁଲ ଯେପରି ମିଶି ଗୋଟିଏ ହାର ହୋଇଥାଏ, ୫ ଆଙ୍ଗୁଳି ମିଶି ଯେପରି ମୁଠି ହୁଏ, ସେହିପରି ସମସ୍ତଙ୍କ ସୁରକ୍ଷାର ପାଇଁ ରାକ୍ଷୀ ପୂର୍ଣ୍ଣିମାରୁ ପ୍ରେରଣା ମିଳିଥାଏ ।

    ଶ୍ରୀ ସାମଲ କହିଛନ୍ତି, ରକ୍ଷା ବନ୍ଧନ ହେଉଛି ରକ୍ଷାର କବଚ । ବିପଦବେଳେ ପରସ୍ପରକୁ ସାହାଯ୍ୟ କରିବା, ଅସୁବିଧା ସମୟରେ ସହାୟତା କରିବା ପାଇଁ ଆମ ସମସ୍ତଙ୍କୁ ଶପଥ ନେବାକୁ ହେବ । ଧର୍ମ, ସଂସ୍କୃତି, ପରମ୍ପରାକୁ ଯୋଡ଼ି ସମସଙ୍କ ମଧ୍ୟରେ ରାଷ୍ଟ୍ରୀୟ ଭାବନା ଜାଗ୍ରତ କରିବା, ଜାତୀୟତାବାଦ ମନ୍ତ୍ରରେ ଉଦ୍ରେକ କରି ଦେଶ ଓ ମାତୃକା ପାଇଁ ସେବା କରିବାକୁ ଏହି ରକ୍ଷା ବନ୍ଧନ ଉତ୍ସବରୁ ପ୍ରେରଣା ମିଳିଥାଏ । ରାଜ୍ୟବାସୀଙ୍କ ସୁରକ୍ଷା ଦାୟିତ୍ୱ ଏବେ ବିଜେପି ନେଇଛି । ସେମାନଙ୍କ ଅସୁବିଧା ଓ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ କାର୍ଯକର୍ତାମାନେ ଆଗେଇ ଆସିବାକୁ ଶ୍ରୀ ସାମଲ ଆହ୍ୱାନ ଦେବା ସହ ସମସ୍ତ ଓଡ଼ିଶାବାସୀଙ୍କୁ ରାକ୍ଷୀ ପୂଣ୍ଣିମାରେ ଅଭିନନ୍ଦନ ଓ ଶୁଭେଚ୍ଛା ଓ ଜଣାଇଛନ୍ତି । ଏହି ଅବସରରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ମହିଳା କାର୍ଯ୍ୟକର୍ତାମାନେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ କାର୍ଯ୍ୟାଳୟରେ ଉପସ୍ଥିତ ଅନ୍ୟ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ