Monday, April 13, 2026
33 C
Odisha

    ସଲମାନ ଭାଇଙ୍କ ପାଇଁ ନୂଆ ଜୀବନ ପାଇଛି: ରାଖି ସାୱନ୍ତ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ନେଇ ଚର୍ଚ୍ଚାରେ ଥିଲେ ବିବାଦୀୟ ରାଣୀ ରାଖି ସାୱନ୍ତ। ଗର୍ଭାଶୟରେ ୧୦ସେଣ୍ଟିମିଟରର ଟ୍ୟୁମର ହୋଇଥିବାରୁ ତାଙ୍କର କିଛି ଦିନ ତଳେ ସର୍ଜରୀ ‌ହୋଇଥିଲା। ପ୍ରଥମେ କର୍କଟ ହୋଇଥିବା ନେଇ ଡାକ୍ତର ସନ୍ଦେହ କରୁଥିବା ବେଳେ ପରେ କର୍କଟ ହୋଇନଥିବା ସ୍ପଷ୍ଟ କରିିଥିଲେ ଡାକ୍ତର। ଏହା ସହ ଗର୍ଭାଶୟରେ ହୋଇଥିବା ୧୦ସେଣ୍ଟିମିଟର ଟ୍ୟୁମରର ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।
    ଅସ୍ତ୍ରୋପଚାର ପରେ ତାଙ୍କର ପ୍ରଥମ ସ୍ୱାମୀ ରିତେଶ, ରାଖିଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଅପଡେଟ ଦେଉଥିବା ବେଳେ ଏବେ ରାଖି ନିଜେ ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ଜଣାଇଛନ୍ତି | ଏହା ସହ ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ପାଇଁ ସେ ନୂଆ ଜୀବନ ପାଇଥିବା ଜଣାଇଛନ୍ତି | ସେ କହିଛନ୍ତି ଯେ, “ଡାକ୍ତରମାନେ ପ୍ରଥମେ ଭାବିଥିଲେ ଯେ ମୋର ହୃଦଘାତ ହୋଇଛି | କିନ୍ତୁ ପରୀକ୍ଷା ପରେ ସେମାନେ ମୋ ପେଟରେ ୧୦ସେମିର ଟ୍ୟୁମର ଥିବା ଜାଣିଥିଲେ। ମୁଁ ସବୁବେଳେ ଭାବୁଥିଲି କାହିଁକି ମୋ ପେଟରେ ଏତେ ଗ୍ୟାସ ହେଉଛି | ହେଲେ ପରୀକ୍ଷା ପରେ ମୋର ଗର୍ଭାଶୟରେ ଟ୍ୟୁମର ଥିବା ଜଣାପଡିଥିଲା | ମୋର ଏହି ଅସୁବିଧା ସମୟରେ ସଲମାନ ଭାଇ ମୋର ସାଥ ଦେଇଥିଲେ | ମୋର ହସ୍ପିଟାଲ ବିଲ ସେ ଭରିଥିଲେ | ତାଙ୍କ ପାଇଁ ମୁଁ ନୂଆ ଜୀବନ ପାଇଛି | ମୋର ପୂର୍ବତନ ସ୍ୱାମୀ ରିତେଶ ମଧ୍ୟ ମୋ ସହିତ ଦୃଢ ଭାବରେ ଠିଆ ହୋଇଥିଲେ। ଆମେ ଅଲଗା ହୋଇଥିଲେ ବି ସେ ମୋର ସାଥ ଦେଇଥିଲେ |”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ