Friday, March 20, 2026
21 C
Odisha

    ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । କେତେବେଳେ ଶୁଭ ମୁହୁର୍ତ? ଜାଣନ୍ତୁ…

    ଆଗକୁ ପଢନ୍ତୁ

    ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା। ଭାଇ ଓ ଭଉଣୀର ଅତୁଟ ବନ୍ଧନର ପ୍ରତୀକ ରାକ୍ଷୀ। ଭଉଣୀଟିଏ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସେ । ଦୀର୍ଘ ଜୀବନ କାମନା କରେ । ନିଜ ଭାଇକୁ ନେଇ ମନରେ ଖୁସି ଅନୁଭବ କରେ, ଗର୍ବ କରେ । ଆଉ ବଦଳରେ ଭାଇ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦିଏ । ତା ସହ ସବୁବେଳେ ଛିଡ଼ା ହେବାକୁ ପଣ କରେ । ଭାଇ ଓ ଭଉଣୀର ଅନାବିଳ ଭଲପାଇବା ଓ ସ୍ନେହର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା । ଆସନ୍ତାକାଲି ସାରାଦେଶରେ ରାକ୍ଷୀ ପର୍ଣ୍ଣିମା ପାଳିତ ହେବ । ସାଧାରଣ ଭାବେ ହିନ୍ଦୁ ଧର୍ମାବଲମ୍ବୀ ପରିବାରେ ଏହି ପ୍ରଥା ପାଳିତ ହୁଏ । ହେଲେ କେତେବେଳେ ବାନ୍ଧିବେ ରାକ୍ଷୀ? କ’ଣ ରହିଛି ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ? ଜ୍ୟୋତିର୍ବିଦଙ୍କ ଅନୁସାରେ, ୧୯ ଅଗଷ୍ଟ ଶ୍ରାବଣ ପୂର୍ଣ୍ଣିମା ଦିନ ଭୋର ୩ଟା ୪ ମିନିଟରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେବ, ଆଉ ଏହା ରାତି ୧୧ଟା ୫୫ ମିନିଟ ଯାଏଁ ରହିବ । ତେବେ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଭଦ୍ରାର ଛାୟା ରହିବ, ଯାହାର ସମାପ୍ତ ୧ଟା ୨୯ ମିନିଟରେ ହେବ । ଏହି ଭଦ୍ରାକାଳରେ ସାଧାରଣ ଭାବେ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଏ । କାରଣ ଭଦ୍ରାକାଳରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ଗଣନା କରଯାଏ । ମାନ୍ୟତା ଅନୁଯାୟୀ, ରାବଣଙ୍କ ଭଉଣୀ ତାଙ୍କୁ ଭଦ୍ରା କାଳରେ ହିଁ ରାକ୍ଷୀ ପିନ୍ଧାଇଥିଲା, ଆଉ ରାବଣର ବିନାଶ ହୋଇଥିଲା । ଏହାପରେ ଭଦ୍ରାକାଳରେ ରାକ୍ଷୀ ପିନ୍ଧାଇବାରୁ ଦୂରେଇ ରହିବାକୁ କୁହାଯାଏ । ଅର୍ଥାତ୍ ଆସନ୍ତାକାଲି ଦିନ ୧ଟା ୩୨ ପରେ ଆପଣ ନିଜ ଭାଇକୁ ରାକ୍ଷୀ ପିନ୍ଧାଇପାରିବେ । କାରଣ ସେତେବେଳକୁ ଏହି ଭଦ୍ରା ସମାପ୍ତ ହୋଇଯିବ। ରାକ୍ଷୀ ବାନ୍ଧିବା ପାଇଁ ଦିନ ୧ଟା ୩୨ରୁ ସଂଧ୍ୟା ୭ଟା ମଧ୍ୟରେ ସବୁଠାରୁ ଶୁଭ ମୁହୂର୍ତ୍ତ ।
    କେତେବେଳେ ରାକ୍ଷୀ ବାନ୍ଧିବା ଅଶୁଭ, କେତେବେଳେ ବାନ୍ଧିବା ଶୁଭ?
    ୧୯ ଅଗଷ୍ଟ ଶ୍ରାବଣ ପୂର୍ଣ୍ଣିମା ଭୋର ୩ଟା ୪ ମିନିଟରୁ ପୂର୍ଣ୍ଣିମା ତିଥି ଆରମ୍ଭ
    ଏହା ରାତି ୧୧ଟା ୫୫ ମିନିଟ ଯାଏଁ ରହିବ
    ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଭଦ୍ରାର ଛାୟା ରହିବ, ଏହା ୧ଟା ୨୯ ମିନିଟରେ ସମାପ୍ତ ହେବ
    ଭଦ୍ରାକାଳରେ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଏ
    କାରଣ ଭଦ୍ରାକାଳରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ଗଣନା କରଯାଏ
    ଏହାର ଏକ ପୌରାଣିକ ମାନ୍ୟତା ରହିଛି
    କୁହାଯାଏ ରାବଣଙ୍କ ଭଉଣୀ ତାଙ୍କୁ ଭଦ୍ରା କାଳରେ ହିଁ ରାକ୍ଷୀ ପିନ୍ଧାଇଥିଲା
    ଫଳରେ ଏହା ରାବଣଙ୍କ ପାଇଁ ଦୁର୍ଯୋଗ ଡାକି ଆଣିଥିଲା, ଶେଷରେ ରାବଣର ବିନାଶ ଘଟିଲା
    ସେବେଠାରୁ ଭଦ୍ରାକାଳରେ ରାକ୍ଷୀ ପିନ୍ଧାଇବା ନିଷେଧ
    ତେଣୁ ଆସନ୍ତାକାଲି ଦିନ ୧ଟା ୩୨ ପର୍ଯ୍ୟନ୍ତ ଭଦ୍ରା କାଳ ରହୁଛି
    ଏହି ସମୟ ଭିତରେ ରାକ୍ଷୀ ନପିନ୍ଧାଇବାକୁ ଜ୍ୟୋତିର୍ବିଦଙ୍କ ପରାମର୍ଶ
    ଦିନ ୧ଟା ୩୨ ପରେ ଭଦଆ କାଳ ହଟିଯିବ, ଏହା ପରେ ରାକ୍ଷୀ ପିନ୍ଧାଇବା ଶୁଭ
    ସଂଧ୍ୟା ୭ଟା ମଧ୍ୟରେ ସବୁଠାରୁ ଶୁଭ ମୁହୂର୍ତ୍ତ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    56 %
    1.1kmh
    100 %
    Fri
    33 °
    Sat
    33 °
    Sun
    34 °
    Mon
    35 °
    Tue
    37 °

    ସମ୍ବନ୍ଧିତ