Sunday, October 11, 2026
22.8 C
Odisha

    ଆଜିଠୁ ରାମଲାଲାଙ୍କ ପ୍ରାକ୍‌ ପ୍ରତିଷ୍ଠା ରୀତିନୀତି: ରାମଲାଲାଙ୍କ ଓଜନ ୧୫୦ରୁ ୨୦୦ କିଲୋଗ୍ରାମ

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଆସନ୍ତା ୨୨ ତାରିଖରେ ରାମମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏହାର ୪ ଦିନ ପୂର୍ବରୁ, ୧୮ ତାରିଖରେ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ୫ ବର୍ଷ ବାଳକଙ୍କ ମୂର୍ତ୍ତି ସ୍ଥାପିତ ହେବ। ଏହି ସମୟରେ ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ, ନୃତ୍ୟ ଗୋପାଳ ଜୀ ମହାରାଜ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦବେନୀ ପଟେଲ୍‌ ଏବଂ ରାମମନ୍ଦିର ଟ୍ରଷ୍ଟର ସମସ୍ତ ଟ୍ରଷ୍ଟି ଉପସ୍ଥିତ ରହିବେ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାରତୀୟ ଆଧ୍ୟାତ୍ମିକତା ଜଗତ, ବିବିଧ ଧାର୍ମିକ ପରମ୍ପରା, ଉପାସନା ବ୍ୟବସ୍ଥା ଏବଂ ୧୫୦ରୁ ଅଧିକ ପନ୍ଥୀର ସନ୍ଥଙ୍କ ସମେତ ଦେଶର ୫୦ ଊର୍ଦ୍ଧ୍ବ ଆଦିବାସୀ, ଗିରିବାସୀ, ଦ୍ବୀପବାସୀ ଆଦି ପରମ୍ପରାର ପ୍ରତିନିଧି ଉପସ୍ଥିତ ରହି ଏହାକୁ ପ୍ରତ୍ୟକ୍ଷ ଭାବେ ଦେଖିବେ।

    ରାମଲାଲାଙ୍କ ପ୍ରତିମା ସ୍ଥାପନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତ କାର୍ଯ୍ୟକ୍ରମ ଆପାତତଃ ଶେଷ ହୋଇଛି। ୨୨ ତାରିଖରେ ମଧ୍ୟାହ୍ନ ୧୨ଟା ୨୦ ସମୟରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତେ ମୁହୂର୍ତ୍ତ ସ୍ଥିର କରାଯାଇଛି। ପ୍ରତିଷ୍ଠା କାର୍ଯ୍ୟକ୍ରମର ସମସ୍ତ ବୈଦିକ ରୀତିନୀତି ବାରଣାସୀର ପଣ୍ଡିତ ଲକ୍ଷ୍ମିକାନ୍ତ ଦୀକ୍ଷିତଙ୍କ ତତ୍ତ୍ବାବଧାନରେ ସମ୍ପାଦିତ ହେବ। ତେବେ ପ୍ରାଣପ୍ରତିଷ୍ଠାର ବିଧି ୧୬ ଜାନୁଆରି ଠାରୁ ଆରମ୍ଭ ହେବ ଓ ପୂଜନ କାର୍ଯ୍ୟକ୍ରମ ୨୨ରେ ଶେଷ ହେବ। ୨୨ ତାରିଖ ସକାଳ ୧୦ଟାରୁ ମଙ୍ଗଳ ଧ୍ବନୀ ଆରମ୍ଭ ହେବ।

    ଏହାପୂର୍ବରୁ ୧୮ ତାରିଖରେ ଗର୍ଭ ଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପିତ ହେବ। ବିଧି ଅନୁସାରେ ରାମଙ୍କର ୫ ବର୍ଷର ଶିଶୁଙ୍କ ପ୍ରତିମା ସ୍ଥାପିତ ହେବ। ଏହି ପ୍ରତିମାର ଓଜନ ୧୫୦ରୁ ୨୦୦ କିଲୋଗ୍ରାମ ଅଟେ। ମହୀଶୂରର ଶିଳ୍ପୀ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ନୂତନ ପ୍ରତିମା ସହ ପୁରାତନ ପ୍ରତିମା ମଧ୍ୟ ଗର୍ଭଗୃହରେ ସ୍ଥାପିତ ହେବ। ପ୍ରତମା ନିମନ୍ତେ ଭିନ୍ନ ଭିନ୍ନ ଅଧିବାସ- ଜଳବାସ, ଅନ୍ନବାସ, ଶଯ୍ୟାବାସ, ଔଷଧିବାସ କରାଯିବ। ଏଥିପାଇଁ ୧୫୦ରୁ ଊର୍ଦ୍ଧ୍ବ ପରମ୍ପରାର ସନ୍ଥଙ୍କ ସମେତ ୫୦ ଆଦିବାସୀ ଓ ଜନଜାତି ପ୍ରତିନିଧି ଏହି ସମୟରେ ଉପସ୍ଥିତ ରହିବେ। ୨୨ ଜାନୁଆରି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ଅପରାହ୍‌ଣ ଗୋଟାଏ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହାପରେ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତଙ୍କ ଉଦ୍‌ବୋଧନ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମ ଘଣ୍ଟାଏରୁ ଦେଢ଼ ଘଣ୍ଟାରେ ଶେଷ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ