Wednesday, April 1, 2026
27.7 C
Odisha

    ବିଜେପି ଛାଡ଼ିଲେ ରମାରଞ୍ଜନ

    ଆଗକୁ ପଢନ୍ତୁ

    ସତ୍ୟବାଦୀ: ବିଜେପି ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି।ଟିକେଟ ନ ମିଳିବା ଯୋଗୁ ସେ ଅସନ୍ତୁଷ୍ଟ ଥିଲେ। ତାଙ୍କ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନ ଥିଲା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ବିଜେପି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଲୋକଙ୍କୁ ଅଣଦେଖା କରିଛି।ଏହା ମୋର ବ୍ୟକ୍ତିଗତ ଅଭିଯାଗ ନୁହେଁ ସମସ୍ତ ଜନସାଧାରଣଙ୍କ ଅସନ୍ତୋଷ। କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ମୋ ଅଭିଯୋଗକୁ ଅଣଦେଖା କରିଥିବା ରମାରଞ୍ଜନ କହିଛନ୍ତି।

    ବର୍ଷବର୍ଷ ଧରି ଦଳ ମୋ ଉପରେ ନ୍ୟସ୍ତ କରିଥିବା ସମସ୍ତ କାର୍ଯ୍ୟକୁ ଭଲ ଭାବେ ସମ୍ପାଦନ କରିବା ସତ୍ତ୍ବେ କ୍ରମାଗତ ଭାବେ ବିଧାନସଭା ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଜନସାଧାରଣ ଓ ମୋତେ ପ୍ରତାରିତ କରାଯାଇଥିବା କାରଣରୁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

    ରମାରଞ୍ଜନ ବଳିୟାରସିଂହ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତ୍ରୟୋଦଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୮ରେ ବିଜେଡି ଛାଡି ସେ ବିଜେପିରେ ଯୋଗ ଦେଇଥିଲେ।

    ତାଙ୍କ ବୋହୂ ବର୍ଷା ସିଂହ ବରିହା ଏବେ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ