Friday, October 18, 2024
29.5 C
Odisha

    ଦୁର୍ଗାପୂଜା ମଣ୍ଡପରେ ଏକାଠି ନଜର ଆସିଲେ ରଣବୀର କପୁର ଓ ରାନୀ ମୁଖାର୍ଜୀ, ଭାଇରାଲ ହେଉଛି ଫଟୋ

    ଆଗକୁ ପଢନ୍ତୁ

    ଏବେ ଦୁର୍ଗା ପୂଜା ଉତ୍ସବରେ ପ୍ରତିଦିନ ବହୁ ବଲିଉଡ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳୁଛି । ଏହି ସମୟରେ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରଣବୀର କପୁର ଏବଂ ରାନୀ ମୁଖାର୍ଜୀ ଏକାଠି ମା’ଙ୍କ ଆଶୀର୍ବାଦ ନେଉଥିବାର ନଜର ଆସିଛନ୍ତି । ଯେଉଁଠାରେ ରଣବୀର ରାନୀ ମୁଖାର୍ଜୀଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛି । ଉଭୟଙ୍କର ଏହି ସୁନ୍ଦର ଭିଡିଓ ଏବେ ଖୁବ ଜୋରସୋରରେ ଭାଇରାଲ୍ ହେଉଛି । ଏହି ମିଳନ ଆପଣଙ୍କୁ ଫିଲ୍ମ ‘ସାୱରିଆ’ ବିଷୟରେ ନିଶ୍ଚୟ ମନେ ପକାଇବ ।

    ଏହାପୂର୍ବରୁ ସୋସିଆଲ ମିଡିଆରେ କାଜୋଲ ଏବଂ ଜୟା ବଚ୍ଚନଙ୍କର ମଧ୍ୟ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଉଭୟଙ୍କର ଭିନ୍ନ ଅନ୍ଦାଜ ନଜର ଆସିଛି । ମୁମ୍ବାଇର ଏହି ଦୁର୍ଗା ପୂଜା ମଣ୍ଡପରେ ରଣବୀର କପୁର ମା’ଙ୍କ ଆଶୀର୍ବାଦ ନେଉଥିବାର ନଜର ଆସିଥିଲେ । ଏହି ସମୟରେ ଅଭିନେତା ଧୂସର ରଙ୍ଗର ସାର୍ଟ ଏବଂ ଧଳା ପ୍ୟାଣ୍ଟ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ଇଭେଣ୍ଟରେ ରଣବୀର ରାନୀ ମୁଖାର୍ଜୀଙ୍କ ସହ ଏକାଠି ନଜର ଆସିଥିଲେ । ରାନୀ ମୁଖାର୍ଜୀ ମଧ୍ୟ ଏକ ହଳଦିଆ ରଙ୍ଗର ଶାଢ଼ୀରେ ବହୁତ ସୁନ୍ଦର ଦେଖାଯାଉଥିଲେ ।

    ତେବେ ଭାଇରାଲ ହେଉଥିବା ଭିଡିଓରେ ଉଭୟ ରଣବୀର କପୁର ଏବଂ ରାନୀ ମୁଖାର୍ଜୀ ପରସ୍ପର ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । ଭିଡିଓରେ ରାନୀ ରଣବୀରଙ୍କୁ ସ୍ନେହରେ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି । ଦୁହେଁ ଏକାଠି ପାପାରାଜି ପାଇଁ ପୋଜ୍ ମଧ୍ୟ ଦେଇଥିଲେ । ଏହି ଭିଡିଓ ଦେଖି ଲୋକମାନେ ଫିଲ୍ମ ‘ସାୱରିଆ’ କୁ ମନେ ପକାଇଛନ୍ତି, ଯେଉଁଥିପାଇଁ ଉଭୟ ଖୁବ ଚର୍ଚ୍ଚାରେ ଅଛନ୍ତି । ରଣବୀର ଏବଂ ରାନୀ ୨୦୦୭ ଫିଲ୍ମ ‘ସାୱାରିଆ’ରେ ସ୍କ୍ରିନ୍ ସେୟାର କରିଥିଲେ, ଯାହା ଅଭିନେତାଙ୍କ ବଲିଉଡରେ ପ୍ରଥମ ଡେବ୍ୟୁ ଥିଲା ।

    ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସୋନମ କପୁର ଏବଂ ସଲମାନ ଖାନ ମଧ୍ୟ ଅଭିନୟ କରିଥିଲେ । ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଣବୀର କପୁର ନୀତୀଶ ତିୱାରୀଙ୍କ ରାମାୟଣ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ଆଲିଆ ଭଟ୍ଟ ଏବଂ ବିକି କୌଶଲଙ୍କ ଅଭିନୀତ ସଞ୍ଜୟ ଲୀଲା ଭନସାଲୀଙ୍କ ‘ଲଭ ଆଣ୍ଡ ୱାର’ର ସୁଟିଂ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ, ରାନୀ ମୁଖାର୍ଜୀ ମଧ୍ୟ YRF ସହିତ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ ଖୁବ୍ ଶୀଘ୍ର ‘ମର୍ଦାନି 3’ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ୨୦୨୫ ର ପ୍ରଥମ ମାସରେ ଫିଲ୍ମ ବିଷୟରେ ଅଧିକ ଡିଟେଲ୍ସ ମିଳିବ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ