Thursday, March 26, 2026
30.8 C
Odisha

    ଝିଅ ଉପରେ ଖରାପ ନଜର ପକାଇଲା ବାପା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କୋଣାର୍କ ଥାନା ମାଟିଆପଡା ଗାଁରେ ଏକ ଲଜ୍ଜା ଜନକ ଘଟଣା ପଦାକୁ ଆସିଛି। ବାପା ନିଜର ଝିଅକୁ ବଳାତ୍କାର କରିବା ପରେ ଝିଅ ଲଜ୍ଜା ସହି ନପାରି ଜୀବନ ହାରିଥିବା ଝିଅର ମା’ ଏପରି ଅଭିଯୋଗ ଆଣିଛନ୍ତି। କିଛି ଦିନ ହେବ ବାପା ମଳୟ ରଞ୍ଜନ ମହାନ୍ତି ତାଙ୍କ ବଡ ଝିଅକୁ ବଳାତ୍କାର କରୁଥିଲେ। ନାବାଳିକା ଝିଅ ଏପରି ଏକ ଲଜ୍ଜା ଜନକ ଘଟଣା ସଂପର୍କରେ ମା’କୁ ଅଭିଯୋଗ କରିଥିଲେ ମଧ୍ୟ ସମାଜରେ ନିଜର ଏପରି ଘଟଣାକୁ ଲୁଚାଇ ରଖିବା ସହିତ ତାଙ୍କ ସ୍ବାମୀ ମଳୟ ଙ୍କୁ ତାଗିଦ୍ କରିଥିଲେ। ମା’ ଆଜି ପର ଘରକୁ କାମକରିବାକୁ ଜାଇଥିବା ସମୟରେ ବାପା ‘ମଳୟ’ ସକାଳୁ ନାବାଳିକା ଝିଅକୁ ଜୋର ଜବରଦସ୍ତ ବଳାତ୍କାର କରିଥିଲେ । ନାବାଳିକା ଲଜ୍ଜା ସହି ନପାରି ନିଜ ଶୋଇବା ଘରେ ଜୀବନ ହାରିଦେଇଥିଲେ । ପରିବାର ସଦସ୍ୟ ଏପରି ଝିଅ ଜୀବନ ହାରିବା ଘଟଣା ଜାଣିବା ପରେ ସଙ୍ଗେ ସଙ୍ଗେ ଗୋପ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ନାବାଳିକାକୁ ମୃତ୍ୟୁ ଘୋଷଣା କରିଥିଲେ ଏ ସଂପର୍କରେ ପରିବାର ପକ୍ଷରୁ କୋଣାର୍କ ଥାନାକୁ ଅବଗତ କରାଯାଇଛି । ଏପରି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ସିଧାସଳଖ ବାପା ମଳୟ ରଞ୍ଜନ ମହାନ୍ତି ଝିଅକୁ ବାରମ୍ବାର ବଳାତ୍କାର କରିବାରୁ ମୋ ଝିଅ ଜୀବନ ହାରିଦେଇଛି ବୋଲି କହିଛନ୍ତି ମୃତ ଝିଅର ମାଆ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ