Monday, April 6, 2026
33.6 C
Odisha

    ଛତିଶା ନିଯୋଗ ବୈଠକ ଶେଷ, ଅପରାହ୍ନ ୫ଟାରେ ହେବ ରଥଟଣା

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ଆଗାମୀ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ନୀତି କାନ୍ତି ନୀତି ନିର୍ଘଣ୍ଟ କରାଯାଇଛି। ଜୁଲାଇ ୬ ତାରିଖ ଦିନ ପଟିଦିଅଁଙ୍କ ଠାରୁ ରଥ ଖଳାକୁ ଆଜ୍ଞାମାଳ ବିଜେ କରାଯିବ। ୭ ତାରିଖ ଦିନ ଭୋର ୨ ଟାରୁ ଦ୍ୱାରଫିଟା ଯାଇ ନେତ୍ର ଉତ୍ସବ ନୀତି କରାଯିବା ସହ ସେହି ଦିନ ରଥ ପ୍ରତିଷ୍ଠା ଓ ମହାପ୍ରଭୁଙ୍କ ପହଣ୍ଡି, ଛେରା ପହଁରା ଆଦି ସମସ୍ତ ନୀତି ଶେଷ ହେବ। ପହଣ୍ଡି ଅପରାହ୍ନ ୫ଟାରେ ରଥଟଣା କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ୧୯୭୧ ମସିହା ରଥଯାତ୍ରା ଦିନର ନୀତି ନିର୍ଘଣ୍ଟ ଅନୁଯାଇ ଚଳିତ ବର୍ଷ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିବା ଜଣାପଡିଛି। ଚଳିତ ବର୍ଷ ରଥଯାତ୍ରା ଦିନ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ନୀତି ପଡୁଥିବା ହେତୁ ଆଜି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଏପରି ନୀତି ନିର୍ଘଣ୍ଟ କରାଯାଇଥିବା ଜଣାପଡିଛି । ତେବେ ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଏହି ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳିର ଅନୁମୋଦନ କରାଯିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    33 %
    3.3kmh
    96 %
    Mon
    34 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ