Sunday, July 6, 2025
23.9 C
Odisha

    ରଥଖଳା; ରଥ ଉପରକୁ ଉଠିଲା ଦୁଆରବେଢା

    ଆଗକୁ ପଢନ୍ତୁ

    ପୁରୀ : ଆଉ ୫ ଦିନ ପରେ ରଥଯାତ୍ରା । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ସୋମବାର ତିନିରଥ ଉପରକୁ ଉଠିଛି ଦୁଆରବେଢା । ପ୍ରତ୍ୟେକ ରଥରେ ୪ଟି ଲେଖାଏ ମୋଟ ୧୨ଟି ଦୁଆରବେଢା ଉଠାଯାଇଛି । ଭୋଇ ସେବକମାନେ ମହାରଣା ସେବକଙ୍କ ସହଯୋଗରେ ଏହାକୁ ଉପରକୁ ଉଠାଇଛନ୍ତି । ଏହି ଦୁଇଆବେଢା ସହ ନାଟଗୋଡ ସଂଯୋଗ କରାଯାଇ ଲଗାଯାଇଛି । ସେହିପରି ତିନିରଥର ବେଦି ସିଂହାସନ ସମେତ ବେଦି ଚତୁଃପାଶ୍ୱର୍ରେ ପଟା ବାଡିଆ ଶେଷ ହୋଇଛି । ଏହାପରେ ପ୍ରତ୍ୟେକ ରଥରେ ଋଷିପଟା, ଧ୍ୱଜାବତା ଆଦି ଲାଗିବ । ଅନ୍ୟାନ୍ୟ କାମ ମଧ୍ୟରେ ସୋମବାର ରୂପକାରମାନେ ଅନୁକୂଳ କରି ପ୍ରତ୍ୟେକ ରଥର ପ୍ରଭାରେ ରାହୁରୂପ ଖୋଦେଇ ଆରମ୍ଭ କରିଛନ୍ତି । ଚିତ୍ରକାର ସେବକମାନେ ତିନିରଥର ବିଭିନ୍ନ ଅଂଶରେ ରଙ୍ଗ ଦେଉଥିବା ବେଳେ ଶିଖର ଡମ୍ବରୁ (ପାଶ୍ୱର୍ ଦେବଦେବୀଙ୍କ ଆସ୍ଥାନ) ରଙ୍ଗ କାମ ଶେଷ କରି ପ୍ରତି ରଥର ପାଶ୍ୱର୍ ଦେବଦେବୀ, ସଖୀ, ହଂସପଟା, ସିଂହାସନରେ ରଙ୍ଗ ଦେଉଛନ୍ତି । ସେହିପରି ରଥରେ ସେଟିଙ୍ଗ ହୋଇଥିବା ଗୁଜଗୁଡ଼ିକରେ ରୂପ ଚିତ୍ର କାର୍ଯ୍ୟ ଜାରି ରଖିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦରଜୀ ସେବକମାନେ ରଥକନାରେ ଲେସ୍ ଫିଟିଙ୍ଗ ସହ ଫୁଲ ପକା କାମ ଜାରି ରଖିଛନ୍ତି । ଏଥିସହ ତିନିରଥର ଘେର କାମ, ଦୁଆରବେଢା ଏବଂ ବତା କାମ ମଧ୍ୟ ଶେଷ କରିଛନ୍ତି । ଦୋଳବେଦୀ ପରିସରରେ କମାର ସେବକମାନେ ତିନିରଥର ପ୍ରଭା କଣ୍ଟା, ସିଂହାସନ ଗଣ୍ଠି କଣ୍ଟା ଏବଂ ଧ୍ୱଜବତା କଣ୍ଟା ନିର୍ମାଣ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    23.9 ° C
    23.9 °
    23.9 °
    95 %
    2.2kmh
    100 %
    Sat
    24 °
    Sun
    25 °
    Mon
    28 °
    Tue
    24 °
    Wed
    24 °

    ସମ୍ବନ୍ଧିତ