Wednesday, April 1, 2026
25.1 C
Odisha

    ରତ୍ନଭଣ୍ଡାରର ମରାମତି କାମ ତୁରନ୍ତ ହାତକୁ ନିଆଯାଉ: ଅରବିନ୍ଦ ପାଢ଼ୀ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାମ ହାତକୁ ନେବାକୁ ଏଏସ୍‌.ଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ଶ୍ରୀ ପାଢ଼ୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିଗତ ଦିନରେ ଏଏସ୍ଆଇ ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଏଏସ୍ଆଇ.ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦସ୍ଥିତ ଏନ୍‌ଜିଆର୍‌ଆଇ ସହାୟତାରେ କରାଯାଇଥିଲା। ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ୍ ରହିଛି। ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ଯ ହାତକୁ ନେବାକୁ ଏଏସ୍‌.ଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ। ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ।
    ରତ୍ନଭଣ୍ଡାର ଯାଞ୍ଚ କମିଟି ସହ ଆଲୋଚନା ପରେ ଜିପିଆର୍‌ ସର୍ଭେ ପାଇଁ ନିୟୋଜିତ ୧୬ଜଣିଆ କମିଟି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିଥିଲେ। ଏଏସ୍‌ଆଇ ଓ ଏନ୍‌ଜିଆର୍‌ଆଇର ମୁଖ୍ୟ ଡ.ଆନନ୍ଦ ପାଣ୍ଡେଙ୍କ ସମେତ ୪ଜଣ ବୈଜ୍ଞାନିକଙ୍କୁ ମିଶାଇ ଗଠିତ ଏହି କମିଟି ଜିପିଆର୍‌ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌) ମେସିନ୍‌ ସହ ଅପରାହ୍ଣ ପ୍ରାୟ ୨ଟାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ। ଏହି ସମୟରେ ଜଷ୍ଟିସ୍‌ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉପସ୍ଥିତ ଥିଲେ। ବୈଷୟିକ କମିଟି ରତ୍ନଭଣ୍ଡାରର ଚଟାଣ, କାନ୍ଥ ଆଦି ଟିକିନିଖି ଦେଖିଥିଲେ। ରିପୋର୍ଟ ହସ୍ତଗତ ହେବା ପରେ ଏହାର ତର୍ଜମା କରାଯିବ ଓ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଷ୍ଟିସ୍‌ ରଥ କହିଥିଲେ।
    ଏନ୍‌ଜିଆର୍‌ଆଇ ମୁଖ୍ୟ ଡ.ପାଣ୍ଡେ କହିଥିଲେ, ରତ୍ନଭଣ୍ଡାର ଜିପିଆର୍‌ ସର୍ଭେ ପାଇଁ ତିନିଟି ଅତ୍ୟାଧୁନିକ ରାଡାର୍‌ ଓ ଗୋଟିଏ କାର୍ଡ ବ୍ୟବହାର କରାଯାଇଛି। ରାଡାର୍‌ ଜରିଆରେ ଆମେ ୧୦ ମିଟର (ପ୍ରାୟ ୩୩ ଫୁଟ୍‌) ପର୍ଯ୍ୟନ୍ତ ମାଟି ତଳେ କ’ଣ ରହିଛି ଜାଣିପାରିବୁ। ରାଡାର୍‌ ଆଣ୍ଟିନାରେ ସଂଯୋଗ ହୋଇଥିବା ତାର ଜରିଆରେ କଣ୍ଟ୍ରୋଲ ୟୁନିଟ୍‌କୁ ସୂଚନା(ଟ୍ରାନ୍ସମିସନ୍‌) ଦେବ। ସେହି ଅନୁସାରେ କଣ୍ଟ୍ରୋଲ ୟୁନିଟ୍‌ ତଥ୍ୟ ଗ୍ରହଣ (ରିସିଭ୍‌) କରିବ। ଫଳରେ ଆମେ ରତ୍ନଭଣ୍ଡାର ଚଟାଣ ତଳେ ଓ କାନ୍ଥ ଭିତରେ କ’ଣ ଅଛି ଜାଣିପାରିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    37 %
    1kmh
    14 %
    Wed
    39 °
    Thu
    40 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ