Friday, October 16, 2026
28.4 C
Odisha

    ମହାରାଷ୍ଟ୍ର ବିଜୟକୁ ନେଇ ଖୁସିରେ ଗଦ୍‌ଗଦ୍‌ ପ୍ରଧାନମନ୍ତ୍ରୀ ମୋଦି

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର ବିଧାନସଭା ନିର୍ବାଚନଠାରୁ ଆରମ୍ଭ କରି ସାରା ଦେଶରେ ହୋଇଥିବା ଉପନିର୍ବାଚନରେ ଭାଜପାର ପ୍ରଚଣ୍ଡ ବିଜୟକୁ ନେଇ ଖୁସିରେ ଗଦ୍‌ଗଦ୍‌ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର ନିର୍ବାଚନରେ ଏନ୍‌ଡିଏ କର୍ମୀଙ୍କ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଛନ୍ତି। ଏଥିସହ ସେ ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ସ’ ହ୍ୟାଣ୍ଡେଲରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରିଛନ୍ତି। ଏହା ‘ବିକାଶର ବିଜୟ, ଉତ୍ତମ ଶାସନର ବିଜୟ । ଏକଜୁଟ୍‌ ହୋଇ ଆମେ ଆହୁରୀ ଉଚ୍ଚକୁ ଉଠିବା। ଏନ୍‌ଡିଏର ଐତିହାସିକ ବିଜୟ ଲାଗି ମହାରାଷ୍ଟ୍ରର ଭାଇ-ଭଉଣୀଙ୍କୁ , ବିଶେଷକରି ରାଜ୍ୟର ଯୁବକ-ମହିଳାମାନଙ୍କୁ କୃତଜ୍ଞତା ଜଣାଉଛି। ଏହି ସ୍ନେହ ଏବଂ ଆଦର ଅତୁଳନୀୟ। ମହାରାଷ୍ଟ୍ରର ଅଗ୍ରଗତି ପାଇଁ ଆମର ସହଯୋଗୀ ମେଣ୍ଟ କାର୍ଯ୍ୟ ଜାରି ରଖିବ। ଜୟ ମହାରାଷ୍ଟ୍ର ବୋଲି ସେ ଲେଖିଛନ୍ତି। ଝାଡ଼ଖଣ୍ଡ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟା ରଖିଛନ୍ତି। ଝାଡ଼ଖଣ୍ଡ ଲୋକ ଆମ ପ୍ରତି ସମର୍ଥନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଲୋକଙ୍କ ସମସ୍ୟା ଉଠାଇବା ଏବଂ ରାଜ୍ୟ ପାଇଁ କାର୍ଯ୍ୟ କରିବାରେ ସର୍ବଦା ଆଗରେ ରହିବୁ। ତେବେ ରାଜ୍ୟରେ ପ୍ରଦର୍ଶନ ଲାଗି ଜେଏମ୍‌ଏମ୍‌ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ମେଣ୍ଟକୁ ଅଭିନନ୍ଦନ ଜଣାଉଛି ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ