Tuesday, September 15, 2026
25.2 C
Odisha

    ବିଧାନସଭାରେ ରେଭେନ୍‌ସା ଝଡ଼: ଶୂନ୍ୟକାଳରେ ଶାସକ ବିରୋଧୀ ମୁହାଁମୁହିଁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ପରିର୍ତ୍ତନକୁ ନେଇ ଗୁରୁବାର ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଶୂନ୍ୟକାଳରେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଏବଂ ବିଜେଡ଼ି ବିଧାୟକ ଏହି ପ୍ରସଙ୍ଗରେ ଶାସକ ବିଜେପିକୁ ଘେରିଛନ୍ତି। ୧୫୬ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନକୁ ନ’ଅଙ୍କ ଦୁର୍ଭିକ୍ଷ ସହିତ ଯୋଡ଼ି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେଡ଼ି ବିଧାୟକ ବ୍ୟୋମକେଶ ରାୟ ଦାବି କରିଛନ୍ତି।
    ଏହାର ଜବାବରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ବିରୋଧୀଙ୍କ ଦାବି ସତ୍ୟକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି। ବିରୋଧୀ ଅଭିଯୋଗ କରିଛନ୍ତି ଯେ ଏଭଳି କାର୍ଯ୍ୟ ଦ୍ବାରା ସରକାର କଟକବାସୀଙ୍କ ମାନସିକତାକୁ ଆଘାତ ଦେଇଛନ୍ତି. ଏହି ପ୍ରସଙ୍ଗରୁ ରାଜ୍ୟ ସରକାର ନ ଓହରିଲେ ଆଗାମୀ ଦିନରେ ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବ। ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସରକାର ଜାଣିଶୁଣି ଏଭଳି କାର୍ଯ୍ୟ କରୁଥିବା ବିରୋଧୀ ଦଳଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.2 ° C
    25.2 °
    25.2 °
    85 %
    1.4kmh
    23 %
    Tue
    25 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ