Tuesday, September 15, 2026
23.4 C
Odisha

    ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଲେ ବିଜେପି ମୁଖପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡି ପଦଯାତ୍ରାରେ ନବୀନ ପଟ୍ଟନାୟକଙ୍କ ବୟାନର କଡ଼ା ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ସେ କହିଛନ୍ତି ଦୁଃଖର କଥା ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି। ବିରୋଧୀ ଦଳ ହେବାକୁ ସେ ଅଭ୍ୟାସ କରନ୍ତୁ। ଶହେ ଦିନର ସରକାରକୁ କହୁଛନ୍ତି, କିନ୍ତୁ ନିଜେ କ୍ଷମତାରେ ଥିବା ୨୪ବର୍ଷ କଥାକୁ ଭୁଲି ଯାଉଛନ୍ତି ନବୀନ ବାବୁ। ନୂଆ ସରକାରଙ୍କ ଦ୍ବାରା କରାଯାଉଥିବା ବିକାଶକୁ ଗ୍ରହଣ କରନ୍ତୁ ଅସହିଷ୍ଣୁ ହୁଅନ୍ତୁ ନାହିଁ। ନବୀନ ଓଡ଼ିଶାରେ ଦାରିଦ୍ର୍ୟ କମିଥିବା କହୁଛନ୍ତି, ହେଲେ ୨୫ ବର୍ଷରେ ଓଡ଼ିଶାକୁ ଲୁଟିଛନ୍ତି ବିଜେଡି ନେତା ମନ୍ତ୍ରୀ। ଚିଟଫଣ୍ଡର ବ୍ରାଣ୍ଡ ଆମ୍ବାସାଡର ସାଜି ଓଡ଼ିଶାବାସୀଙ୍କୁ ଲୁଟିଛନ୍ତି।
    ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଆହୁରି କହିଛନ୍ତି, ବିଜେଡି ନେତାମାନେ ଖଣି ମାଫିଆଙ୍କ ସୁରକ୍ଷାଦାତା ପାଲଟିଥିଲେ। ସ୍ବାସ୍ଥ୍ୟକ୍ଷେତ୍ରରେ ବିକାଶ କଥା କହୁଛନ୍ତି, ହେଲେ ଗ୍ରାଉଣ୍ଡରେ ଡାକ୍ତର ନାହାନ୍ତି, ଆମେ ଆୟୁଷ୍ମାନ ଭାରତ ଲାଗୁ କରି ଗୋପବନ୍ଧୁଙ୍କ ନାଁରେ ଯୋଜନା ଆରମ୍ଭ କଲୁ, ନିଜ ବାପାଙ୍କ ନାଁ କଟିଲା ବୋଲି ନବୀନ ବିଳି ବିଳାଉଛନ୍ତି। ଶିକ୍ଷା କଥା କହିଲେ ରାଜ୍ୟରେ ୧୦ ହଜାର ସ୍କୁଲ ବନ୍ଦ କରିବା ଓ ଶିକ୍ଷକ ଅଭାବ ହେଉଛି ନବୀନଙ୍କ ଅବଦାନ। ବିଜେପି ଯାହା କହିଥିଲା ତାକୁ ଶହେ ଦିନରେ ପୂରଣ କରିଛି।
    ସେମାନେ ମହିଳାଙ୍କୁ ୫ ଟଙ୍କା ଦେଇନଥିଲେ ବିଜେପି କୋଟିଏରୁ ଅଧିକ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବ।
    ସୂଚନାଯୋଗ୍ୟ, ପଦଯାତ୍ରାରେ ବିଜେପି ସରକାରକୁ ନିଶାନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି କହିବା ସହ କେବଳ ନାଆଁ ଓ ରଙ୍ଗ ବଦଳାଇଛନ୍ତି। ,କଥା ଲୋକ ଜାଣନ୍ତି। ୩ଶହ ୟୁନିଟ ମାଗଣା ବିଜୁଳି, ୩ ହଜାର ଭତ୍ତା କଥା କହି ବି ବିଜେପିକୁ ଟାର୍ଗେଟ୍ କରିଛନ୍ତି ସେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.4 ° C
    23.4 °
    23.4 °
    89 %
    0.9kmh
    18 %
    Tue
    31 °
    Wed
    31 °
    Thu
    31 °
    Fri
    29 °
    Sat
    29 °

    ସମ୍ବନ୍ଧିତ