Thursday, April 9, 2026
25.9 C
Odisha

    କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ଡିପଥେରିଆ ସଂକ୍ରମଣ: ପରିବାର କଲ୍ୟାଣ ନିର୍ଦ୍ଦେଶିକା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଡିପଥେରିଆ ସଂକ୍ରମଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇ କହିଛନ୍ତି ଯେ ରାୟଗଡ଼ା ନୁହେଁ, କଳାହାଣ୍ଡି ହେଉଛି ରାଜ୍ୟରେ ଡିପଥେରିଆ ସଂକ୍ରମଣର ଉତ୍ସ। କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ସଂକ୍ରମଣ। ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ। ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ବ୍ୟାପିଛି ଡିପଥେରିଆ ସଂକ୍ରମଣ।
    ସେ ଆହୁରି କହିଛନ୍ତି, ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କଳାହାଣ୍ଡି, କୋରାପୁଟରେ ଏବେ ବି ଚାଲିଛି ସର୍ଭେଲାନ୍ସ। କୋରାପୁଟ ବନ୍ଧୁଗାଁର ୩୩ ପିଲାଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ। କାଶୀପୁରର ମାନୁଷପଦର ଅଞ୍ଚଳର ୧୮ଟି ଗାଁରୁ ୧୩ ଗାଁରେ ବୁଷ୍ଟର ଡୋଜ୍ ଟୀକାକରଣ ସରିଛି। ଏ ସବୁ ଗାଁରେ ୪୬୮ ପିଲାଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି। ଏହାଛଡ଼ା କାଶୀପୁର ବ୍ଲକର ଅନ୍ୟ ଗାଁମାନଙ୍କରେ ଯେଉଁ ପିଲାମାନେ ଡିପଥେରିଆ ଟୀକା ବିଲକୁଲ ନେଇ ନଥିବେ, ସେମାନଙ୍କୁ ଚିହ୍ନଟ କରାଯାଇ ଟୀକା ଦିଆଯିବ ।
    ଡିପଥେରିଆରେ ମୃତ୍ୟୁ ହୋଇଥିବା ଜଣେ ୧୧ ବର୍ଷୀୟା ଝିଅର ଓଜନ ୧୫ କିଲୋଗ୍ରାମ ଥିଲା। ତେବେ ତାହା ଅପପୁଷ୍ଟି ନା ନାହିଁ, ସେନେଇ ଯାଞ୍ଚ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
    ଏଣେ ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟରେ ସ୍ଥିର ରହିଛି ଡିପଥେରିଆ ସଂକ୍ରମଣ। ନୂଆ ସଂକ୍ରମଣ ହୋଇନି। ସଂକ୍ରମଣର କାରଣ ଅପପୁଷ୍ଟି ନା ନୁହେଁ, ସେନେଇ ଅନ୍ୟ ବିଭାଗ ଦ୍ଵାରା ତଦନ୍ତ ଚାଲିଛି । ଏହାର ଯାଞ୍ଚ କରିବାକୁ ଜିଲ୍ଲାପାଳ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି ହେଉଛି ଡିପଥେରିଆ ସଂକ୍ରମଣର ଉତ୍ସ। ସେଠାକୁ ଯାଇଥିବା ଜଣେ ବୟସ୍କ ଲୋକ ପ୍ରଥମେ ଡିପଥେରିଆରେ ଆକ୍ରାନ୍ତ ହୋଇଥିଲେ। ଏବେ ସଂକ୍ରମଣର ଉତ୍ସ ସ୍ଥଳରେ ଚାଲିଛି ସର୍ଭେଲାନ୍ସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ