Wednesday, April 8, 2026
30.6 C
Odisha

    ସକାଳୁ ଫୋନ୍‌ ଛୁଇଁବା ମନା

    ଆଗକୁ ପଢନ୍ତୁ

    ସକାଳୁ ଶଯ୍ୟା ଛାଡ଼ିବା ମାତ୍ରେ ପ୍ରଥମେ ଫୋନ୍‌ ଖେଳାଇବାଟା ଅନେକଙ୍କର ଅଭ୍ୟାସରେ ପରିଣତ ହୋଇଛି। ପୁଣି କେହି କେହି ସକାଳୁ ଉଠିବା ଲାଗି ଆଲାର୍ମ ଖଞ୍ଜିଥିବାରୁ ଏଭଳି ଅଭ୍ୟାସ ସୃଷ୍ଟି ହୋଇଛି। ଆଲାର୍ମକୁ ବନ୍ଦ କରିବା ସହ ଆମେ ଫୋନ୍‌ ଖୋଲି ସାମାଜିକ ଗଣମାଧ୍ୟମର ଘଟଣାବଳି ଜାଣିବା ଆଶାରେ ଫୋନ୍‌ରେ ମନୋନିବେଶ କରୁ। ମାତ୍ର ସକାଳେ ଫୋନ୍‌ ବ୍ୟବହାର କରିବାର କୁପରିଣତି ଆମ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏହା ମାନସିକ ସ୍ବାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିବା ସହ ଚାପ, ଉଦ୍‌ବେଗ ଓ ଅବସାଦ ଆଦିର କାରଣ ସାଜି ଥାଏ।ଏହା ମଧ୍ୟ ଦୈନିକ ନିଦ୍ରାଚକ୍ରକୁ ପ୍ରଭାବିତ କରିଥାଏ। ଫୋନ୍‌ ପରଦାରୁ ନିର୍ଗତ ନୀଳ ଆଲୋକରଶ୍ମି ନିଦ୍ରାସୃଷ୍ଟିକାରୀ ‘ମେଲାଟୋନିନ୍‌’ ହରମୋନ୍‌ କ୍ଷରଣରେ ବାଧା ଉପୁଜାଇଥାଏ। ଫଳରେ ନିଦ ଆସିବାରେ ଅସୁବିଧା ହୋଇଥାଏ ଏବଂ ବେଳେ ବେଳେ ନିଦ୍ରାହୀନ ରାତି କାଟିବାକୁ ପଡ଼ିଥାଏ, ଯାହା ପରୋକ୍ଷରେ ସ୍ବାସ୍ଥ୍ୟ ପାଇଁ ହାନିକାରକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    30 %
    2.5kmh
    6 %
    Wed
    33 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ