Monday, October 19, 2026
21.9 C
Odisha

    ସୁରକ୍ଷାରେ ସୁଧାର ଆସିଛି, ୧୧ ଲକ୍ଷ ନୂଆ ଲକ୍ଷପତି ଦିଦି: ଶାହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ ପାଳିରେ ଏନ୍‌ଡିଏ ସରକାରର ୧୦୦ ଦିନ ପୂର୍ତ୍ତି ହୋଇଛି ଏବଂ ଏହାକୁ ବିଜେପି ଧୂମ୍‌ଧାମ୍‌ରେ ପାଳନ କରୁଛି। ସେପ୍‌ଟେମ୍ବର ୧୭’ ମଧ୍ୟ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦେଶର ରାଜନୈତିକ ସ୍ଥିରତାକୁ ପ୍ରଶଂସା କରିବା ସହ ଗତ ୧୦ ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି ପାଇଁ ଏନ୍‌ଡିଏ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଛନ୍ତି। ପ୍ରଶାସନର ପ୍ରଗତି ଉପରେ ଗୁରୁତ୍ୱାରୋପ କରି ଶାହ କହିଛନ୍ତି, ଆମ ସରକାର ଏକ ବିକଶିତ ଭାରତ ଗଠନ ପଥରେ ଆଗେଇ ଚାଲିଛି।

    ଶାହ ଗତ ଏକ ଦଶନ୍ଧି ମଧ୍ୟରେ ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିବା ସହ ବିଜେପିକୁ ଦେଶର ନେତୃତ୍ୱ ନେବାପାଇଁ ଆଉ ଏକ ସୁଯୋଗ ଦେବା ପାଇଁ ଜନସାଧାରଣଙ୍କୁ ଶ୍ରେୟ ଦେଇଛନ୍ତି। ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଆମର ପ୍ରାଚୀନ ଶିକ୍ଷା ବ୍ୟବସ୍ଥା ଓ ଆଧୁନିକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରି ନୂତନ ଶିକ୍ଷା ନୀତି ମଧ୍ୟ ଆଣିଛନ୍ତି। ମହାକାଶ ଗବେଷଣା କ୍ଷେତ୍ରକୁ ସରକାର ଗୁରୁତ୍ୱ ଦେଉଛନ୍ତି, ଯାହା ଅନ୍ତର୍ଜାତୀୟ ପ୍ରଶଂସା ଅର୍ଜିଛି। ଏଥି ସହ ଏକ ସୁଦୃଢ଼ ବୈଦେଶିକ ନୀତି ଏବଂ ଯୁବ ଓ କୃଷି କ୍ଷେତ୍ରକୁ ଲକ୍ଷ୍ୟ କରି ଅନେକ ପଦକ୍ଷେପ ନିଆଯାଇଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଲକ୍ଷପତି ଦିଦି ଯୋଜନାରେ ସମୁଦାୟ ୧୧ ଲକ୍ଷ ନୂଆ ହିତାଧିକାରୀ ଉପକୃତ ହୋଇଛନ୍ତି ବୋଲି ଶାହ କହିଛନ୍ତି।
    ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ତମ ଜନ୍ମଦିନ ଅବସରରେ ଏନ୍‌ଡିଏ ସରକାରର ୧୦୦ ଦିନ ପାଳନ ପାଇଁ ବିଜେପି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହ ମିଶି ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି।

    ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ସେବା ପଖୱାଡା’ କାର୍ଯ୍ୟକ୍ରମକୁ ଦଳ ଉଦ୍‌ଘାଟନ କରିଛି। ଏହି ୧୦୦ ଦିନରେ ପୁଞ୍ଜିନିବେଶ ବୃଦ୍ଧି ଏବଂ ଅନେକ ଭିତ୍ତିଭୂମିଗତ ସଫଳତା ଉପରେ ମଧ୍ୟ ଶାହ ଆଲୋକପାତ କରିଥିଲେ। ଶାହ ପ୍ରକାଶ କରିଛନ୍ତି ଯେ ସରକାର ବିଭିନ୍ନ କ୍ଷେତ୍ରରେ ୧୫ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଛନ୍ତି, ଯାହା ଅର୍ଥନୈତିକ ଓ ଭିତ୍ତିଭୂମି ବିକାଶ ଦିଗରେ ଏକ ଜୋରଦାର ଅଭିଯାନର ସଙ୍କେତ ଦେଉଛି। ବାରାଣସୀ, ବାଗଡୋଗ୍ରା, ବିହାରର ପ୍ରମୁଖ ବିମାନବନ୍ଦର ଏବଂ ଦୁଇଟି ଅତିରିକ୍ତ ସ୍ଥାନରେ ନୂତନ ରନ୍‌ୱେ ଉଦ୍‌ଘାଟିତ ହୋଇଛି। ଇତିମଧ୍ୟରେ କୃଷକ ସମ୍ମାନ ନିଧିର ୨୧ତମ କିସ୍ତି ବିତରଣ କରାଯାଇଛି। ଏହା ସହିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି ବୋଲି ଶାହ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ