Sunday, April 5, 2026
34.1 C
Odisha

    ଭାରତ ସହ ସମ୍ପର୍କ: ଯେଉଁଠୁ ଛାଡ଼ିଥିଲେ ସେଇଠୁ ଆରମ୍ଭ କରିବେ ଟ୍ରମ୍ପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଉତ୍ତମ ସମ୍ପର୍କ ରଖିଥିବା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ହୋଇଥିବା ଅଗ୍ରଗତିକୁ ଆଗକୁ ବଢ଼ାଇବେ ଏବଂ ଭାରତ ସହ ସମ୍ପର୍କକୁ ସୁଦୃଢ଼ କରିବେ ବୋଲି ତାଙ୍କ ଦକ୍ଷିଣ ଏସିଆ ପଏଣ୍ଟ-ପର୍ସନ ଲିସା କର୍ଟିସ ହ୍ୱାଇଟ୍ ହାଉସ୍‌ରେ କହିଛନ୍ତି। ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ରାଷ୍ଟ୍ରପତି ଟ୍ରମ୍ପଙ୍କ ଡେପୁଟି ଆସିଷ୍ଟାଣ୍ଟ ଏବଂ ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ଜାତୀୟ ନିରାପତ୍ତା ପରିଷଦର ବରିଷ୍ଠ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଲିସା କର୍ଟିସ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ଭାରତର ରୁଷ୍ ଉପରେ ନିର୍ଭରଶୀଳତା, ଇରାନଠାରୁ ତୈଳ କ୍ରୟ ଆଦିକୁ ନେଇ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ କିଛି ସମସ୍ୟା ଥିଲା ଓ ତାହା ରହିବ। ତା’ ସତ୍ତ୍ବେ ମୁଁ ଭାବୁଛି ଯେ ରାଷ୍ଟ୍ରପତି ଟ୍ରମ୍ପ ଭାରତ ସହିତ ସମ୍ପର୍କକୁ ଯେଉଁଠି ଛାଡିଥିଲେ ସେଇଠୁ ଆରମ୍ଭ କରିବେ। ଭାରତ ପ୍ରତି ତାଙ୍କର ସଦ୍‌ଭାବନା ରହିଛି ଏବଂ ମୁଁ ପ୍ରକୃତରେ  ଏହି ଭାଗୀଦାରିକୁ ସୁଦୃଢ଼ କରିବାର ଏକ ସୁଯୋଗ ଭାବରେ ଦେଖୁଛି ବୋଲି କର୍ଟିସ କହିଛନ୍ତି।

    ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ (୨୦୧୭-୨୦୨୧)ରେ ଆମେରିକା-ଭାରତ ସମ୍ପର୍କରେ ଉନ୍ନତି ଘଟିଥିଲା କାରଣ ଚୀନ୍ ଆହ୍ୱାନର ମୁକାବିଲା କରିବାରେ ଭାରତର ଗୁରୁତ୍ୱ ଓ ଭୂମିକାକୁ ଆମେରିକା ସ୍ବୀକାର କରିଥିଲା। ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଉଲ୍ଲେଖନୀୟ ବୋଲି କର୍ଟିସ ଦର୍ଶାଇଛନ୍ତି। ଟ୍ରମ୍ପଙ୍କ ପ୍ରଥମ ପାଳିରେ ଭାରତ ଉପରୁ ଟେକ୍ନୋଲୋଜି ନିୟନ୍ତ୍ରଣ ହଟାଯାଇଥିଲା। ସଶସ୍ତ୍ର ଡ୍ରୋନ୍ ଟେକ୍ନୋଲୋଜିର କୌଶଳ ହାସଲ କରିଥିଲା ଭାରତ। ଏହା ଆମେରିକାଠାରୁ ୩୧ ସାମୁଦ୍ରିକ ଗାର୍ଡିୟାନ ପ୍ରିଡେଟର କିଣିଛି। ଆମେ କେବଳ ପ୍ରତିରକ୍ଷା ଓ ନିରାପତ୍ତା ସମ୍ପର୍କ ନୁହେଁ, ବରଂ ଆତ୍ମବିଶ୍ୱାସରେ ବୃଦ୍ଧି ଦେଖିଥିଲୁ। ତେବେ ଏହି ରାସ୍ତାରେ ଦୁଇଟି ପ୍ରତିବନ୍ଧକ ଥିଲା। ମୁଖ୍ୟତଃ ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ଶୁଳ୍କ ବିଷୟରେ ଟ୍ୱିଟ୍ କରୁଥିଲେ। ସେ ପ୍ରକୃତରେ ଚାହୁଥିଲେ ଆମେରିକୀୟ କଂପାନିଗୁଡ଼ିକ ଭାରତୀୟ ବଜାରରେ ଅଧିକ ପ୍ରବେଶ କରନ୍ତୁ। ଅନେକ ସମୟରେ ମିଟିଂ ପୂର୍ବରୁ ସେ କିଛି ନା କିଛି ଟ୍ବିଟ୍‌ କରୁଥିଲେ। ମୁଁ ଭାବୁଛି, ଏହା ପ୍ରାୟ ଏକ ବୁଝାମଣା କୌଶଳ ଥିଲା। ଅନେକ ଦେଶ ସହ ସେ ଏପରି କରିଛନ୍ତି, ଯାହା ସମ୍ପର୍କରେ କିଛି ତିକ୍ତତା ସୃଷ୍ଟି କରିଥିଲା। କିନ୍ତୁ ଆମେରିକୀୟ ଲୋକଙ୍କ ପାଇଁ ଟ୍ରମ୍ପ ଏକ ଭଲ ଡିଲ୍ ପାଇବାକୁ ଚେଷ୍ଟା କରିବାରେ କିଛି ଭୁଲ୍ ନାହିଁ।

    ଏକ ପ୍ରଶ୍ନର ଉତ୍ତରରେ କର୍ଟିସ କହିଛନ୍ତି ଯେ, ଏଥର ଦୁଇ ଦେଶ ମଧ୍ୟରେ ସୁରକ୍ଷା ଭାଗୀଦାରିକୁ ପ୍ରାଥମିକତା ଦିଆଯିବ। ଟେକ୍ନୋଲୋଜି ବଜାରରେ ଚୀନ୍‌ର ଆଧିପତ୍ୟ ବିସ୍ତାର କରିବାର ପ୍ରୟାସକୁ ନେଇ ଉଭୟ  ଆମେରିକା ଓ ଭାରତର ଅନେକ ଚିନ୍ତା ରହିଛି। ଦ୍ୱିତୀୟ ଟ୍ରମ୍ପ କାର୍ଯ୍ୟକାଳ ପାକିସ୍ତାନ ଉପରେ ଧ୍ୟାନ ଦେବାର ସମ୍ଭାବନା ନାହିଁ  । ଟ୍ରମ୍ପ୍ ପ୍ରଶାସନ ରୁଷ୍ ସାମରିକ ଉପକରଣ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଭାରତକୁ ବୁଝାଇବାକୁ ଚେଷ୍ଟା କରିବ ବୋଲି କର୍ଟିସ୍ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.1 ° C
    34.1 °
    34.1 °
    29 %
    3.6kmh
    93 %
    Sun
    36 °
    Mon
    37 °
    Tue
    37 °
    Wed
    39 °
    Thu
    37 °

    ସମ୍ବନ୍ଧିତ