Thursday, March 26, 2026
23.8 C
Odisha

    କଟକରେ ରୋଡ୍‌ ସୋ’ କରୁଛନ୍ତି ଶାହ, ଶୋଭାଯାତ୍ରା ପାଇଁ କର୍ମୀଙ୍କ ସହିତ ବିଜେପି ପ୍ରଶଂସକ ଉତ୍ସାହିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/କଟକ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ସନ୍ଧ୍ୟାରେ ଐତିହାସିକ କଟକ ସହରରେ ରୋଡ ସୋ’ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ରୋଡ୍‌ ଶୋ’ ମୁଖ୍ୟ ରାସ୍ତାରେ ନୁହେଁ, ବରଂ ଗଳିକନ୍ଦିରେ ଆୟୋଜନ ହୋଇଛି। ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଂଚିବ । କେନ୍ଦ୍ରମନ୍ତ୍ରୀ ଶାହଙ୍କ ରୋଡ ସୋ’ରେ ବିଜେପିର କଟକ ସାଂସଦ ପ୍ରାର୍ଥୀ ଭତ୍ତୃହରି ମହତାବ, ବାରବାଟୀ-କଟକ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କଟକ ସଦର ପ୍ରାର୍ଥୀ ପ୍ରକଶ ଚନ୍ଦ୍ର ସେଠୀ ଓ ଚୌଦ୍ବାର-କଟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କ ସହିତ ଉପସ୍ଥିତ ଅଛନ୍ତି। କେବଳ ସେତିକି ନୁହେଁ, ରୋଡ ସୋ ପାଇଁ କଟକର ବିଜେପି ନେତା, କର୍ମୀ, ସମର୍ଥକମାନେ ଉତ୍ସାହିତ ଦେଖାଯାଇଛନ୍ତି। ଶାହ ଯେଉଁ ରାସ୍ତାରେ ଏହି ଶୋ’ କରୁଛନ୍ତି, ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲୋକ ଭିଡ଼ ଲଗାଇଛନ୍ତି। ବିଜେପି ଜିନ୍ଦାବାଦ୍‌, ଜୟ ଶ୍ରୀରାମ ଆଦି ସ୍ଲୋଗାନ ଦେଉଛନ୍ତି।ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଅମିତ ଶାହ ଦ୍ବିତୀୟ ଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି।‌ ସେ ଗତ ମାସ ୨୫ ତାରିଖରେ ସୋନପୁର ଗସ୍ତ କରିଥିଲେ। ଅମିତ ଶାହ ଆଜି ପୁଣି ଓଡ଼ିଶାକୁ ଗସ୍ତ କରିଛନ୍ତି। ‌ଅପରାହ୍‌ଣରେ ଭୁବନେଶ୍ବର ବିମାନବନ୍ଦରରେ ଓହ୍ଲାଇଲା ପରେ ସେ ସିଧାସଳଖ ଗଂଜାମ ଜିଲ୍ଲା ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ସୋରଡ଼ାରେ ବିଜୟ ସଂକଳ୍ପ ସମାବେଶ କରିଥିଲେ। ସେଠାରୁ ପୁଣି ସନ୍ଧ୍ୟାରେ ଭୁବନେଶ୍ବର ଫେରି ଆସି ସଡ଼କ ପଥରେ କଟକ ଯାଇଥିଲେ।

    ସୋରଡ଼ାରେ ଆୟାଜିତ ବିଜୟ ସଂକଳ୍ପ ସମାବେଶରେ ଶ୍ରୀ ଶାହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ ଦାଦନ ସମସ୍ୟା, ରାସନ ସାମଗ୍ରୀ, ରାମମନ୍ଦିର, ରତ୍ନଭଣ୍ଡାର ଚାବି, କୃଷି ଓ କୃଷକ, ଆୟୁଷ୍ମାନ ଭାରତ‌ ଯୋଜନା, ନକ୍ସଲ ଉପରେ ଉଦ୍‌ବୋଧନ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    67 %
    1kmh
    18 %
    Thu
    38 °
    Fri
    40 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ