Saturday, July 27, 2024
24.6 C
Odisha

    ରାଜ୍ୟ ବିଜେପିର ବଡ଼ ନେତାଙ୍କ ଶକ୍ତି ପ୍ରଦର୍ଶନ । ବାଲେଶ୍ୱର ଓ କେନ୍ଦ୍ରପଡାରେ ରୋଡ ସୋ । ବୈଜୟନ୍ତ ପଣ୍ଡା ଓ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ଭୋଟ ଅପିଲ୍

    ଆଗକୁ ପଢନ୍ତୁ

    ବାଲେଶ୍ୱର ଓ କେନ୍ଦ୍ରାପଡାରେ ଏକାଠି ହୋଇଛନ୍ତି ବିଜେପିର ବଡ ନେତା । ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ ଓ ପ୍ରତାପ ଷଡଙ୍ଗୀ ବାଲେଶ୍ୱରେ ରୋଡ ସୋ କରି ଦମ୍ ଦେଖାଇଛନ୍ତି । ସେହିଭଳି କେନ୍ଦ୍ରାପଡାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଏହି ୫ ବଡ ନେତା । ଉପକୂଳରେ ଦେଖିବାକୁ ମିଳିଛି ବିଜେପିର ବଡ ନେତାଙ୍କ ଶକ୍ତି ପ୍ରଦର୍ଶନ । ବାଲେଶ୍ୱର ଓ କେନ୍ଦ୍ରପଡାରେ ଏକାଠି ହୋଇ ରୋଡ ସୋ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ, ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
    ବାଲେଶ୍ୱର ଲୋକସଭା ଆସନ ଏଥର ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ଏଠାରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କ ପାଇଁ ଏକାଠି ହୋଇଛନ୍ତି ଦଳର ବଡ ଚେହେରା । ଧର୍ମେନ୍ଦ୍ର, ଅପରାଜିତା, ବୈଜୟନ୍ତ ଓ ମନମୋହନ ବାଲେଶ୍ୱରରେ ରୋଡ ସୋ କରି ପ୍ରତାପଙ୍କ ପାଇଁ ଭୋଟ୍ ମାଗିଛନ୍ତି । ରୋଡ ସୋ ଦେଖିବାକୁ ବାଲେଶ୍ୱରରେ ଭିଡ ଜମିଥିଲା । ଧର୍ମେନ୍ଦ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି, ଆଗାମୀ ୧୦ ତାରିଖରେ ରାଜ୍ୟରେ ବିଜେପି ସରକାର ଗଢିବ । ବାଲେଶ୍ୱର ପରେ କେନ୍ଦ୍ରାପଡାରେ ଦେଖିବାକୁ ମିଳିଥିଲା ବରିଷ୍ଠ ବିଜେପିି ନେତାଙ୍କ ମେଳି । ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ମନମୋହନ ସାମଲ ଓ ପ୍ରତାପ ଷଡଙ୍ଗୀ ଏକାଠି ହୋଇ କେନ୍ଦ୍ରାପଡାରେ ଫୁୁଲ ଦମ ଦେଖାଇଛନ୍ତି । କର୍ମକର୍ତ୍ତା ସମ୍ମିଳନୀ ଓ ଜନସଭା କରି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଭୋଟ ମାଗିଛନ୍ତି । ଆଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ବରିଷ୍ଠ ନେତା ।

    ବାଲେଶ୍ୱର ଓ କେନ୍ଦ୍ରପଡାରେ ଏଥର ବିଜେପି କଡା ମୁକାବିଲାର ସମ୍ମୁଖୀନ ହୋଇଛି । ବାଲେଶ୍ୱରରେ ପ୍ରତାପଙ୍କୁ କଡା ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ସେହିଭଳି କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କୁ କଡା ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି । ଏହା ଭିତରେ ବିଜେପିର ବଡ ନେତା ଏକାଠି ହୋଇ ପ୍ରଚାର କରିବା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ