Saturday, October 10, 2026
22.4 C
Odisha

    ନିର୍ବାଚନ ବେଳେ ଉଡୁଛି ଟଙ୍କା, ଭାସୁଛି ମଦ

    ଆଗକୁ ପଢନ୍ତୁ

    ନିର୍ବାଚନ ପାଇଁ ଓଡିଶାରେ ଉଡୁଛି କି ଟଙ୍କା? ଭୋଟ୍ ପାଇଁ ହେଉଛି କି ମଦର ବନ୍ୟା? ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟରେ ଜବତ ଟଙ୍କା ଓ ମଦ ସମ୍ପର୍କିତ ସୂଚନାରୁ ଏଭଳି ଆଶଙ୍କା ସୃଷ୍ଟି ହେଉଛି । ଅର୍ଥବଳ ଓ ନିଶାଦ୍ରବ୍ୟ ଯୋଗାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ରାଜନୈତିକ ଦଳ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ସିଇଓଙ୍କ ସୂଚନା ଅନୁସାରେ ରାଜ୍ୟରେ…. ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ ଚାଲିଛି । ଆଉ ଗାଡି ଯାଞ୍ଚ ସମୟରେ ଫ୍ଲାଇଙ୍ଗ୍ ସ୍କାଡ ବିପୁଳ ପରିମାଣର ନଗଦ ଟଙ୍କା, ମଦ, ଡ୍ରଗସ ଓ ସୁନା ଅଳଙ୍କାର ଜବତ କରିଛନ୍ତି ।
    ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, କନ୍ଧମାଳ ଓ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ୩୫ ଲୋକସଭା ଆସନରେ ମତଦାନ ହେବ । ଏସବୁ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟାପକ ଅର୍ଥବଳ ଓ ନିଶାଦ୍ରବ୍ୟ ଯୋଗାଯାଉଥିବା ଅଭିଯୋଗ ହୋଇଛି । ଏହି ତାଲିକାର ଶୀର୍ଷରେ ରହିଛି ବରଗଡ ଲୋକସଭା ଆସନ ।

    ବରଗଡରେ ସର୍ବାଧିକ ୧ କୋଟି ୨୬ ଲକ୍ଷ ଟଙ୍କା ଓ ୮ ଲକ୍ଷ ଲିଟର ମଦ ଜବତ ହୋଇଛି । କନ୍ଧମାଳରୁ ନଗଦ ୩୬ ଲକ୍ଷ ଟଙ୍କା, ଆସ୍କାରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ାଡ । ନଗଦ ଟଙ୍କା, ନିଶାଡିଙ୍କୁ ନିଶା ଓ ଜନତାଙ୍କୁ ଉପହାର ଛଡା ପ୍ରାକ ନିର୍ବାଚନ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଖଲ୍ଲିକୋଟ ହିଂସା ମାମଲାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେଠାରେ ଶୃଙ୍ଖଳାର ସହ ମତଦାନ ପାଇଁ ଆଡିସନାଲ ଡିଜି ରାଙ୍କର ଜଣେ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

    ସୂଚନାଯୋଗ୍ୟ ଯେ, ରାଜ୍ୟର ୫ ଲୋକସଭା ଆସନ ଓ ୩୫ ବିଧାନସଭା ଆସନରେ ମେ’ ୨୦ ତାରିଖରେ ମତଦାନ ହେବ । ମୋଟ ୯,୧୬୨ ବୁଥରେ ମତଦାନ ହେବାକୁ ଥିବା ବେଳେ ଭୋଟ ଦେବେ ୭୯ ଲକ୍ଷ ୬୯ ହଜାରରୁ ଅଧିକ ଭୋଟର । ସେଥି ମଧ୍ୟରୁ ୧୦୪୧ଟି ବୁଥ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଶୃଙ୍ଖଳାର ସହ ମତଦାନ ପାଇଁ ସେଠାରେ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ