Sunday, November 23, 2025
17.4 C
Odisha

    ମଞ୍ଚେଶ୍ୱର ଥାନା ଭୋଟପଡାରେ ରେଳବାଇ କର୍ମଚାରୀଙ୍କ ଘରେ ବୁଲାଇଲେ କଳାକନା

    ଆଗକୁ ପଢନ୍ତୁ

    ରାଜଧାନୀର ପୁଣି ମାତିଲେ ଲୁଟେରା । ମଂଚେଶ୍ୱର ଥାନା ଭୋଟପଡାରୁ ଲୁଟ୍ ହୋଇଛି । ଜଣେ ରେଲୱେ କର୍ମଚାରୀଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ । ଘରର କବାଟ ଭାଙ୍ଗି ପଶିଥିଲେ ଦୁର୍ବୃତ । ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ମଂଚେଶ୍ୱର ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ କାମାକ୍ଷାନଗର ବାଉଁଶପାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ମଧ୍ୟ ଚୋରି । ଗତକାଲି ରାତିରେ କାର୍ଯ୍ୟାଳୟ ତାଲା ଭାଙ୍ଗି ଭିତରେ ଥିବା ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି ଲୁଟେରା । କାର୍ଯ୍ୟାଳୟରେ ଥିବା ଏଲଇଡି ଟିଭି, ୱେବ କ୍ୟାମେରା, ସାଉଣ୍ଡ ସିଷ୍ଟମ, ଇନଭର୍ଟର, ୨ଟି କର୍ଡଲେସ ଫୋନ୍ ଓ ନଗଦ ୩୦ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । କାମାକ୍ଷାନଗର ପୁଲିସ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଜଗୁଆଳିକୁ ପଚରାଉଚରା କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.4 ° C
    17.4 °
    17.4 °
    58 %
    1.5kmh
    2 %
    Sun
    17 °
    Mon
    27 °
    Tue
    27 °
    Wed
    26 °
    Thu
    24 °

    ସମ୍ବନ୍ଧିତ