Tuesday, April 7, 2026
24.1 C
Odisha

    ସିଆରପିଏଫ୍‌ କ୍ୟାମ୍ପ ଉପରେ ନକ୍ସଲଙ୍କ ଆକ୍ରମଣ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲାକନଗିରି, ତେଲେଙ୍ଗାନା, ଛତିଶଗଡ଼ ଏବଂ ଆନ୍ଧ୍ର ପୁଲିସର ମାଓ ଦମନ ରଣନୀତିରେ ସଂଗଠନ ଏକ ପ୍ରକାର ଦୁର୍ବଳ ହେବାକୁ ଲାଗିଲାଣି। ତେବେ ଏହାର ପ୍ରଭାବ ଯେପରି ଲୋକଙ୍କ ଉପରେ ନପଡୁ ସେଥିପାଇଁ ନକ୍ସଲ ହତ୍ୟା ଓ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରେ ଆକ୍ରମଣ କଲେଣି। ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ରହିଥିବା ପୁସିଗୁଫା ସିଆରପିଏଫ କ୍ୟାମ୍ପ ଉପରେ ବୁଧବାର ରାତିରେ ନକ୍ସଲ ଅଚାନକ ରକେଟ ଲଞ୍ଚର ସାହାଯ୍ୟରେ ଆକ୍ରମଣ କରିଥିଲେ। ନକ୍ସଲ ଆକ୍ରମଣ କରିଥିବା ଯବାନ ଜାଣିବା ପରେ ତୁରନ୍ତ ନିଜର ପୋଜିସନ ନେଇ ଏହାର ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ନକ୍ସଲ ଆକ୍ରମଣ କରିବା ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଯବାନ ମଧ୍ୟ ଜଂଗଲରେ ନକ୍ସଲଙ୍କୁ ପିଛା କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି
    ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଏଥର ଜଣେ ଗ୍ରାମବାସୀକୁ ନକ୍ସଲ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିବା ଜଣାପଡିଛି। ଭେଜ୍ଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଗ୍ରାମର ସୋୟମ ପାଣ୍ଡୁ(୫୦)ଙ୍କୁ ସଶସ୍ତ୍ର ନକ୍ସଲ ଘରୁ ଡାକି ନେଇଥିଲେ। ଜଂଗଲରେ ନକ୍ସଲ ତାଂକୁ ପୁଲିସ ଇନଫର୍ମର ଦର୍ଶାଇ ପ୍ରଥମେ ନିସ୍ତୁକ ମାଡ ମାରିଥିଲେ। ପରେ ତାଂକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ହତ୍ୟା କରି ମୃତଦେହକୁ ଜଂଗଲ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ