Sunday, March 22, 2026
23.1 C
Odisha

    ଚଳଚ୍ଚିତ୍ର ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ ଘଟିଛି। ୮୪ ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ପରଲୋକ ଘଟିଛି। ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି ଅର୍ଜନ କରିଥିଲେ ସାଧୁ ମେହେର । ଅଙ୍କୁର, ମୃଗୟା, ଭୁବନ ସୋମ୍, ମନ୍ଥନରେ ସାଧୁ ମେହେରଙ୍କ ନିଖୁଣ ଅଭିନୟର ଛାପ।

    ୧୯୬୯ରେ ରିଲିଜ୍ ହୋଇଥିବା ମୃଣାଳ ସେନଙ୍କ ହିନ୍ଦୀ ଫିଲ୍ମ ଭୁବନ ସୋମ ଥିଲା ସାଧୁ ମେହେରଙ୍କ ପ୍ରଥମ ଫିଲ୍ମ। ୧୯୭୪ ମସିହାରେ ରିଲିଜ ହୋଇଥିଲା ତାଙ୍କ ଅଭିନୀତ ଫିଲ୍ମ ଅଙ୍କୁର। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ପରେ ପରେ ସେ ନିଶାନ୍ତ (ଅତିଥି କଳାକାର), ମନ୍ଥନ, ବାଲି ଘର, ଇନ୍‌କାର, ସଫେଦ ହାତୀ, ଅଭିମାନ, ମୃଗୟା, ଶୀତ ରାତି, ଭୁଖା (ସମ୍ବଲପୁରୀ ଫିଲ୍ମ), ୧୫ଟି ଭାଷାରା ନିର୍ମିତ ଫିଲ୍ମ ଜୟ ଜଗନ୍ନାଥ ଆଦିରେ ଅଭିନୟ କରିଥିଲେ। ଅଭିମାନ ଓ ଆଉ କିଛି ଫିଲ୍ମର ସେ ନିର୍ଦେଶନା ମଧ୍ୟ ଦେଇଥିଲେ।୨୦୧୭ ମସିହାରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.1 ° C
    23.1 °
    23.1 °
    53 %
    1.4kmh
    64 %
    Sat
    22 °
    Sun
    33 °
    Mon
    35 °
    Tue
    37 °
    Wed
    39 °

    ସମ୍ବନ୍ଧିତ