Monday, August 24, 2026
28.7 C
Odisha

    ରୌପ୍ୟ ସ୍ବର୍ଣ୍ଣ ପଦକ ନ ପାଇବା ଦୁଃଖ ମେଣ୍ଟିଲା: ଭିନେଶଙ୍କୁ ଏବେ ମିଳିଲା ଏହି ପଦକ…

    ଆଗକୁ ପଢନ୍ତୁ

    ଚଣ୍ଡିଗଡ଼: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭିନେଶ ଫୋଗାଟ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ମହିଳା କୁସ୍ତିର ୫୦କିଲୋଗ୍ରାମ ବର୍ଗରେ ଫାଇନାଲରେ ପ୍ରବେଶ କରିଥିଲେ ଏବଂ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଏକ ପ୍ରତିଯୋଗୀ ଭାବରେ ବିବେଚିତ ହୋଇଥିଲେ । ତାଙ୍କ ସହ ସମଗ୍ର ଦେଶ ବିଜୟ ପାଇଁ ପ୍ରସ୍ତୁତ ହେଉଥିଲା, କିନ୍ତୁ ଫାଇନାଲ ମ୍ୟାଚ୍ ପୂର୍ବରୁ ଏକ ଘଟଣା ସମସ୍ତଙ୍କ ହୃଦୟ ଭାଙ୍ଗି ଦେଇଥିଲା। ନିୟମ ଅନୁଯାୟୀ, ଓଜନ ସମୟରେ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଯୋଗ୍ୟ ଘୋଷଣା କରିଥିଲେ।
    ଏହି ନିଷ୍ପତ୍ତି ଯୋଗୁଁ ସେ କେବଳ ଅନ୍ତିମ ପ୍ରତିଯୋଗିତାରୁ ବାହାରି ନ ଥିଲେ, ବରଂ ନିଶ୍ଚିତ ରୌପ୍ୟ ପଦକ ପାଇବାର ସୁଯୋଗ ମଧ୍ୟ ହରାଇଥିଲେ। କ୍ରୀଡ଼ା ଅଦାଲତ, ଆର୍ବିଟ୍ରେସନ୍ ଫର ସ୍ପୋର୍ଟସ୍ (ସିଏଏସ)ରେ ଭିନେଶ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିଥିଲେ। କିନ୍ତୁ ଏହି ମାମଲାଟି ସଫଳ ହୋଇ ପାରିଲାନାହିଁ । ତାଙ୍କୁ ପ୍ୟାରିସରୁ ଖାଲି ହାତରେ ଭାରତ ଫେରିବାକୁ ପଡିଲା। ତେବେ, ଏବେ ରୌପ୍ୟ ସ୍ବର୍ଣ୍ଣ ପଦକ ବିନା ତାଙ୍କର ଖାଲି ହାତରେ ଫେରିବାର ଯନ୍ତ୍ରଣା ଦୂର ହୋଇଯାଇଛି । ତାଙ୍କର ପଦକ ନ ପାଇବା ଦୁଃଖ ମେଣ୍ଟିଛି।

    ଅଯୋଗ୍ୟ ହେବା ପରେ ଆଇଓସିଙ୍କ ନିଷ୍ପତ୍ତି ବିରୋଧରେ ଭିନେଶ ଫୋଗାଟ୍ ସିଏଏସରେ ଏକ ପିଟିସନ ଦାଖଲ କରିଥିଲେ। ତାଙ୍କ ଆବେଦନରେ ସେ ଜଏଣ୍ଟ ରୌପ୍ୟ ପଦକ ମାଗିଥିଲେ। ଅବଶ୍ୟ, ସିଏଏସ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲୁଡବ୍ଲୁ) ଏବଂ ଆଇଓସିର ନିଷ୍ପତ୍ତି ଗ୍ରହଣ କରିଥିଲେ ଏବଂ ଭିନେଶଙ୍କ ଆବେଦନକୁ ଖାରଜ କରିଥିଲେ।

    ଏହି ନିଷ୍ପତ୍ତିରୁ ଭିନେଶଙ୍କୁ ଏକ ବଡ଼ ଝଟକା ଲାଗିଥିଲା। ରୌପ୍ୟ ପଦକ ନ ପାଇ ସେ ଦୁଃଖିତ ହୋଇଥିଲେ। ଯାହା ସେ ମଧ୍ୟ ଉଲ୍ଲେଖ କରିଛନ୍ତି। ଭାରତୀୟ ରେସଲର ଦୁଃଖ ଦେଖି ହରିୟାଣାର ଖାପ୍ ପଞ୍ଚାୟତ ତାଙ୍କୁ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଭିନେଶ ପ୍ୟାରିସରୁ ତାଙ୍କ ଗାଁ ବଲାଲିରେ ପହଞ୍ଚିବା ମାତ୍ରେ ତାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।
    ସୂଚନାଯୋଗ୍ୟ, ଭିନେଶ ସାଧାରଣତଃ ୫୩ କିଲୋଗ୍ରାମ ଓଜନ ବର୍ଗରେ ଅଂଶଗ୍ରହଣ କରୁଥିଲେ। କିନ୍ତୁ ଏଥର ପ୍ୟାରିସ ଅଲିମ୍ପିକ୍ସରେ ସେ ୫୦ କିଲୋଗ୍ରାମ ବର୍ଗରେ ଲଢ଼ିଥିଲେ। ଏହା ସତ୍ତ୍ବେ ସେ ବିଶ୍ୱ ନମ୍ବର ୧ ରେସଲର ୟୁୟୁ ସୁସାକିଙ୍କୁ ପରାସ୍ତ କରିଥିଲେ। କିନ୍ତୁ ନିଜର ଓଜନ ବଜାୟ ରଖିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା। ଫାଇନାଲ ପୂର୍ବରୁ, ତାଙ୍କ ଓଜନ ହଠାତ୍ ସାଧାରଣ ଅପେକ୍ଷା ଅଧିକ ବଢ଼ିଯାଇଥିଲା, ଯାହାକୁ କମାଇବା ପାଇଁ ସେ ରାତିସାରା କିଛି ଖାଇ ନ ଥିଲେ କିମ୍ବା ପିଇ ନ ଥିଲେ। ଏହା ସତ୍ତ୍ବେ ତାଙ୍କୁ ପ୍ରତିଯୋଗିତାରୁ ଦୂରେଇ ରହିବାକୁ ପଡିଥିଲା ।

    ଏହାକୁ ଧ୍ୟାନରେ ରଖି ଖାପ ପଞ୍ଚାୟତ ତାଙ୍କୁ ସ୍ୱର୍ଣ୍ଣ ପଦକ ଦେବାକୁ ନିଷ୍ପତ୍ତି ନେଇଥିଲା। ସେ ୧୭ ଅଗଷ୍ଟରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲେ। ଏହା ପରେ ସେ ୧୩ ଘଣ୍ଟା ଯାତ୍ରା କରି ନିଜ ଗାଁରେ ପହଞ୍ଚିଲେ। ତାଙ୍କ ଗାଁରେ ଭିନେଶଙ୍କ ପାଇଁ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜନ କରାଯାଇଥିଲା। ଯେଉଁଠାରେ ତାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.7 ° C
    28.7 °
    28.7 °
    81 %
    2.6kmh
    100 %
    Mon
    28 °
    Tue
    28 °
    Wed
    29 °
    Thu
    25 °
    Fri
    26 °

    ସମ୍ବନ୍ଧିତ