Saturday, April 11, 2026
37.2 C
Odisha

    ପୁଣି ଏକାଠି ହୋଇପାରନ୍ତି ରହମାନ ଓ ସାଇରା!

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଙ୍ଗୀତକାର ତଥା ଗାୟକ ଏଆର୍ ରହମାନଙ୍କ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ଛାଡପତ୍ର ଘୋଷଣା ପରେ ଉଭୟ ରେହମାନ ଓ ସାଇରା ଖୁବ ଦୁଃଖୀ ହୋଇଯାଇଥିବା ସୂଚନା ମିଳିଛି। ଯାହାକି ସାଇରା ଓ ରେହମାନ କରିଥିବା ପୋଷ୍ଟରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।ସାଇରା ବିବାହ ବିଚ୍ଛେଦ ପରେ ପୋଷ୍ଟ ସେୟାର କରି କହିଥିଲେ, ‘ ପରସ୍ପରକୁ ଆମେ ଖୁବ ଭଲ ପାଉ ତଥାପି କିଛି ଚାପ ପାଇଁ  ସ୍ୱାମୀ ଏ. ଆର୍. ରହମାନଙ୍କଠାରୁ ଅଲଗା ହେବାର କଠିନ ନିଷ୍ପତ୍ତି ନେଇଛି। ସେହିପରି ରେହମାନ ପୋଷ୍ଟରେ ଲେଖିଥିଲେ, ‘ଆମେ ଆଶା କରିଥିଲୁ ଯେ ଆମେ ତିରିଶ ବର୍ଷ ପୂରଣ କରିବୁ, କିନ୍ତୁ ଲାଗୁଛି ଯେ ସବୁ ଜିନିଷର ଏକ ଅଦୃଶ୍ୟ ଅନ୍ତ ଥାଏ।’

    ଏସବୁ ଖବର ମଧ୍ୟରେ ରେହମାନ ଏବଂ ସାଇରାଙ୍କୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। ଦୁହେଁ ପୁଣି ଏକାଠି ହୋଇପାରନ୍ତି ବୋଲି ଆଶା କରାଯାଉଛି। କିନ୍ତୁ ଏନେଇ ସାଇରା ଓ ରେହମାନଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳିନାହିଁ। ରେହମାନ ଏବଂ ସାଇରା ବିବାହ ବିଚ୍ଛେଦ ପରେ ରେହମାନଙ୍କ ପତ୍ନୀ ସାଇରାଙ୍କ ଓକିଲ ବନ୍ଦନା ଶାହା ଏକ ସାକ୍ଷାତକାରରେ କହିଛନ୍ତି, ରେହମାନ ଓ ସାଇରା ପୁଣି ଏକାଠି ହୋଇପାରନ୍ତି।  ତେବେ ଏହି ପ୍ରସଙ୍ଗକୁ ନେଇ ରେହମାନ ଏବଂ ସାଇରାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନଥିବା ବେଳେ ଏହା ଓକିଲଙ୍କ ବ୍ୟକ୍ତିଗତ ବିବୃତ୍ତି ଭାବରେ ବିବେଚନା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ