Monday, April 6, 2026
23.4 C
Odisha

    ୩ ଘଣ୍ଟା ବିଳମ୍ବରେ ସୁଟିଂ ଆରମ୍ଭ କଲେ ସଲମାନ, ‘ବିଗ୍ ବସ୍ ୧୮’ ସେଟ୍ ରେ ଅଛନ୍ତି ୬୦ ସିକ୍ୟୁରିଟି ଗାର୍ଡ

    ଆଗକୁ ପଢନ୍ତୁ

    ବଲିଉଡର ଦବଙ୍ଗ ଭାବେ ଜଣାଶୁଣା ସଲମାନ ଖାନ ଦୀର୍ଘ ଦିନ ଧରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ରହିଛନ୍ତି । ସଲମାନ ଖାନଙ୍କ ଜୀବନ ବର୍ତ୍ତମାନ ବିପଦରେ ପଡ଼ିଛି । ଲଗାତାର ତାଙ୍କୁ ଧମକ ମିଳୁଛି । ତେବେ ସଲମାନ ଖାନଙ୍କ କାର୍ଯ୍ୟ ଉପରେ ଏହି ସବୁ ଜିନିଷର ପ୍ରଭାବ ପଡି ନାହିଁ । କାରଣ ସୁପରଷ୍ଟାର ନିକଟରେ କଡା ସୁରକ୍ଷା ମଧ୍ୟରେ ‘ବିଗ୍ ବସ୍ ୧୮’ ସେଟ୍ ରେ ପହଞ୍ଚିଥିଲେ । ଯେଉଁଠାରେ ସେ ‘ୱିକେଣ୍ଡ୍ କା ୱାର୍’ର ସୁଟିଂ ଶେଷ କରିଛନ୍ତି । ଏହି ସୁଟ୍ ପାଇଁ ସଲମାନ୍ ମୁମ୍ବାଇର ଫିଲ୍ମସିଟିରେ ପହଞ୍ଚିଥିଲେ । ୩ ଘଣ୍ଟା ବିଳମ୍ବରରେ ହେଉ ପଛକେ ସେ ନିଜ ସୁଟିଂକୁ ଶେଷ କରିଛନ୍ତି । ସଲମାନ ଦିପହର ଭୋଜନ ପରେ ପାଖାପାଖି ୪ଟା ସମୟରେ ହିଁ ସୁଟିଂ କରନ୍ତି କିନ୍ତୁ ବର୍ତ୍ତମାନ ୩ଘଣ୍ଟା ବିଳମ୍ବରେ ସେ ସୁଟିଂ ଆରମ୍ବ କରିଥିବା ସୂଚନା ମିଳିଛି ।

    କୁହାଯାଉଛି ଯେ ‘ ଲାଫ୍ଟର ସେଫ୍’ କୃଷ୍ଣା ଅଭିଷେକ ଓ ସୁଦେଶ ଲହରୀ ଏହି ସପ୍ତାହରେ ଆସିବେ । ବିଗ୍ ବସର ଘର ଭିତରେ ମଜାଦାର କଥାବାର୍ତ୍ତା ସାଙ୍ଗକୁ ପ୍ରତିଯୋଗୀଙ୍କ ସହ ମସ୍ତି କରିବେ । ଏଠାରେ କିଛି ଗେମ୍ସ ଖେଳାଯିବ । ସଲମାନଙ୍କ କମ୍ପାଉଣ୍ଡର ମଧ୍ୟକୁ କୌଣସି ଆଉଟ ସାଇଡରଙ୍କୁ ଆସିବାକୁ ଅନୁମତି ମିଳିନାହିଁ । ଯଦି ବି କେହି ଆସନ୍ତି ତେବେ ତାଙ୍କ ଉପରେ କଡ଼ା ନଜର ରଖାଯିବ ଏବଂ ଆଧାର କାର୍ଡ ଭେରିଫିକେସନ୍ କରାଯିବା ପରେ ହି ତାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ।

    ଏହା ବ୍ୟତୀତ ବିଗ୍ ବସ୍ କ୍ରୁ ମେମ୍ବରଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ ସୁଟିଂ ଶେଷ ହେବା ପୂର୍ବରୁ କେହି ସେଟ୍ ଛାଡ଼ିବେ ନାହିଁ । ସୁରକ୍ଷା ବ୍ୟବସ୍ଥା ବିଷୟରେ କହିବାକୁ ଗଲେ ସଲମାନଙ୍କ ସହ ସେଟରେ ତାଙ୍କର ସିକ୍ୟୁରିଟି ଟିମ୍ ର ୬୦ରୁ ଅଧିକ ଲୋକ ରହିଛନ୍ତି ।

    ସୂଚନା ଥାଉ କି ସଲମାନ ଖାନ ତାଙ୍କ ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗଭୀର ଆଗାତ ପାଇଛନ୍ତି । ନିଜ ବନ୍ଧୁଙ୍କୁ ବିଦାୟ ଦେବାବେଳେ ସଲମାନଙ୍କ ଆଖିରୁ ଲୁହ ଆସିଯାଇଥିଲା । ତାଙ୍କ ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ ସେ ବାବା ସିଦ୍ଦିକିଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    69 %
    1.1kmh
    3 %
    Mon
    38 °
    Tue
    35 °
    Wed
    37 °
    Thu
    37 °
    Fri
    37 °

    ସମ୍ବନ୍ଧିତ