Thursday, November 20, 2025
16.3 C
Odisha

    ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ ଉଦ୍ୟମ କରି ଦୁଇ ବ୍ୟକ୍ତି ଗିରଫ

    ଆଗକୁ ପଢନ୍ତୁ

    ମୁମ୍ବଇ: ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ ଉଦ୍ୟମ କରି ଦୁଇ ବ୍ୟକ୍ତି ଗିରଫ । ମୁମ୍ବାଇ ଅନ୍ତର୍ଗତ ପନବେଲସ୍ଥିତ ଫାର୍ମ ହାଉସରେ ଗତ ୪ ତାରିଖରେ ୨ ଜଣ ବ୍ୟକ୍ତି ପ୍ରବେଶ ଉଦ୍ୟମ କରିଥିଲେ । ଗିରଫ ୨ ଅଭିଯୁକ୍ତ ହେଲେ ଅଜେଶ କୁମାର ଓମପ୍ରକାଶ ଗିଲ୍ ଓ ଗୁରୁସେବକ ସିଂ ତେଜସିଂ ଶିଖ୍ । ସୁପରଷ୍ଟାରଙ୍କୁ ଦେଖିବା ଲାଗି ସେମାନେ ଅର୍ପିତା ଫାର୍ମହାଉସରେ ପ୍ରବେଶ ଉଦ୍ୟମ କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ଭୁଲ ସୂଚନା ଦେଇଥିଲେ । ସେମାନେ ସଲମାନଙ୍କ ଫ୍ୟାନ ହୋଇଥିବାରୁ ତାଙ୍କୁ ଭେଟିବାର ସୁଯୋଗ ଦେବା ଲାଗି ସେମାନେ ସିକ୍ୟୁରିଟି ଗାର୍ଡଙ୍କୁ ଅନୁରୋଧ କରିଥିଲେ । ଅଭିଯୁକ୍ତ ୨ ଜଣ ପାଚେରୀ ଡେଇଁବା ସହ ତାର କାଟି ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ । ସେମାନଙ୍କ ନିକଟରୁ ପୋଲିସ ଆଧାର କାର୍ଡ ଜବତ କରିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ଧମକ ପରେ ଗତବର୍ଷଠାରୁ ସଲମାନଙ୍କୁ ଦିଆଯାଇଛି ଓ୍ବାଇ ପ୍ଲସ ସିକ୍ୟୁରିଟି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    74 %
    1.3kmh
    0 %
    Wed
    16 °
    Thu
    27 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ