Monday, September 7, 2026
24.2 C
Odisha

    ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ ଉଦ୍ୟମ କରି ଦୁଇ ବ୍ୟକ୍ତି ଗିରଫ

    ଆଗକୁ ପଢନ୍ତୁ

    ମୁମ୍ବଇ: ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ ଉଦ୍ୟମ କରି ଦୁଇ ବ୍ୟକ୍ତି ଗିରଫ । ମୁମ୍ବାଇ ଅନ୍ତର୍ଗତ ପନବେଲସ୍ଥିତ ଫାର୍ମ ହାଉସରେ ଗତ ୪ ତାରିଖରେ ୨ ଜଣ ବ୍ୟକ୍ତି ପ୍ରବେଶ ଉଦ୍ୟମ କରିଥିଲେ । ଗିରଫ ୨ ଅଭିଯୁକ୍ତ ହେଲେ ଅଜେଶ କୁମାର ଓମପ୍ରକାଶ ଗିଲ୍ ଓ ଗୁରୁସେବକ ସିଂ ତେଜସିଂ ଶିଖ୍ । ସୁପରଷ୍ଟାରଙ୍କୁ ଦେଖିବା ଲାଗି ସେମାନେ ଅର୍ପିତା ଫାର୍ମହାଉସରେ ପ୍ରବେଶ ଉଦ୍ୟମ କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ଭୁଲ ସୂଚନା ଦେଇଥିଲେ । ସେମାନେ ସଲମାନଙ୍କ ଫ୍ୟାନ ହୋଇଥିବାରୁ ତାଙ୍କୁ ଭେଟିବାର ସୁଯୋଗ ଦେବା ଲାଗି ସେମାନେ ସିକ୍ୟୁରିଟି ଗାର୍ଡଙ୍କୁ ଅନୁରୋଧ କରିଥିଲେ । ଅଭିଯୁକ୍ତ ୨ ଜଣ ପାଚେରୀ ଡେଇଁବା ସହ ତାର କାଟି ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ । ସେମାନଙ୍କ ନିକଟରୁ ପୋଲିସ ଆଧାର କାର୍ଡ ଜବତ କରିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ଧମକ ପରେ ଗତବର୍ଷଠାରୁ ସଲମାନଙ୍କୁ ଦିଆଯାଇଛି ଓ୍ବାଇ ପ୍ଲସ ସିକ୍ୟୁରିଟି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    91 %
    1.6kmh
    41 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ