Thursday, September 19, 2024
23 C
Odisha

    ଅଧିକ ଲୁଣ ଖାଉଥିଲେ ସାବଧାନ, ହୋଇପାରେ ଏକ୍ଜିମା ଭଳି ସ୍କିନ୍‌ ସମସ୍ୟା

    ଆଗକୁ ପଢନ୍ତୁ

    ଆପଣମାନେ ଜାଣିଥିବେ ଯେକୌଣସି ଖାଦ୍ୟ ତିଆରି କରାଯାଏ, ସେଥିରେ ଲୁଣ ଏକ ବିଶେଷ ମସଲା ଭାବେ ବ୍ୟବହାର କରାଯାଏ । ତେବେ ଯଦି ଆପଣ ମଧ୍ୟ ଅଧିକ ଲୁଣ ଖାଆନ୍ତି, ତେବେ ସାବଧାନ ରୁହନ୍ତୁ, କାରଣ ଏହା ସ୍କିନ୍‌ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଅଧିକ ଲୁଣ ଖାଇବା ଦ୍ୱାରା ସ୍କିନ୍‌ରେ ଫୁଲା ବଢିଯାଏ । କେବଳ ଏତିକି ନୁହେଁ, ଏହା ସ୍କିନ୍‌ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଅତ୍ୟଧିକ ଲୁଣ ଶରୀରରେ ଅନେକ ରୋଗ ମଧ୍ୟ ସୃଷ୍ଟି କରିପାରେ ।

    ଏହି ଅଧ୍ୟୟନରେ କୁହାଯାଇଛି ଯେ ଅଧିକ ଲୁଣ ଖାଇବା ଦ୍ୱାରା ଏକ୍ଜିମା ହେବାର ଆଶଙ୍କା ମଧ୍ୟ ବଢିଥାଏ । ଏହା ବ୍ୟତୀତ ସ୍କିନ୍‌ରେ ଫୁଲା ହୋଇପାରେ ଏବଂ ଡ୍ରାଏନେସ୍‌ ଭଳି ସମସ୍ୟା ହୋଇପାରେ, କୁଣ୍ଡେଇ ମଧ୍ୟ ହୋଇପାରେ । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ଫାଷ୍ଟଫୁଡ ଖାଇବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଏକ୍ଜିମା ହେବାର ଆଶଙ୍କା ଅଧିକ ବଢିଥାଏ ।

    ଅଧିକ ଲୁଣ ଖାଇବାର ସାଇଡିଫେକ୍ଟ :
    ଏହି ଅଧ୍ୟୟନରେ କୁହାଯାଇଛି ଯେ ପ୍ରତିଦିନ ଗୋଟିଏ ଗ୍ରାମରୁ ଅଧିକ ସୋଡିୟମ ଖାଇବା ଦ୍ୱାରା ଏକ୍ଜିମା ହେବାର ଆଶଙ୍କା ୨୨% ବଢିପାରେ । ସେହିପରି ଡାକ୍ତର ମଧ୍ୟ ପ୍ରତିଦିନ ୨.୩ ଗ୍ରାମ ସୋଡିୟମ୍ ଖାଇବାକୁ ପରାମର୍ଶ ଦିଅନ୍ତି । ତେବେ ଦୁଇ ଗ୍ରାମରୁ କମ୍ ଲୁଣ ଖାଇବାକୁ WHO ପରାମର୍ଶ ଦେଇଛି ।

    ଅଧ୍ୟୟନରୁ ଜଣାପଡିଛି ଯେ ଅଧିକ ଲୁଣ ଲେବଲ ସ୍କିନ୍‌ର ପ୍ରତିରକ୍ଷା ପ୍ରତିକ୍ରିୟାକୁ ବଦଳାଇପାରେ । ଲୁଣ ସାଇଟୋକାଇନ୍ ପ୍ରଡକ୍ସନ୍‌କୁ ବଢାଇଥାଏ । ଏହା ହେଉଛି ପ୍ରୋଟିନ୍ ଯାହା ଏକ ଖରାପ ପ୍ରତିକ୍ରିୟା ଆରମ୍ଭ କରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ସଙ୍କେତ ଦେଇଥାଏ । ତେବେ ଅଧିକ ଲୁଣ ଖାଇବା ଏକ୍ଜିମା ରୋଗୀଙ୍କ କ୍ଷେତ୍ରରେ ପ୍ରତିରକ୍ଷା ପ୍ରତିକ୍ରିୟା ଅବସ୍ଥାକୁ ଆହୁରି ଖରାପ କରିପାରେ ।

    ଅତ୍ୟଧିକ ଲୁଣ ଖାଇବା ଯୋଗୁଁ ହୋଇପାରେ ସ୍କିନ୍‌ ସମସ୍ୟା :
    ଅଧିକ ଲୁଣ ଖାଇବା ଦ୍ୱାରା ସ୍କିନ୍‌ରେ ଡିହାଇଡ୍ରେସନ୍ ହୋଇପାରେ । ଏହା ସ୍କିନ୍‌ରେ ଡ୍ରାଏନେସ୍‌, ଦାଗ ଏବଂ ରିଙ୍କଲ୍ସ ସୃଷ୍ଟି କରିପାରେ । ଅଧିକ ପରିମାଣର ଲୁଣ ଯୋଗୁଁ ସ୍କିନ୍‌ରେ ପାଣି ଜମା ହେବାର ଆଶଙ୍କା ଥାଏ । ଯାହା ଫଳରେ ଆଖି ମଧ୍ୟ ଫୁଲି ପାରେ । ତେବେ ଏପରି ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ । ତାହେଲେ ଆସନ୍ତୁ ଜାଣିବା କିପରି ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ।

    ଅଧିକ ଲୁଣ ଖାଇବା ଠାରୁ କିପରି ରକ୍ଷା ପାଇବେ :
    ଯଦି ଆପଣ ଅଧିକ ଲୁଣ ଖାଇବା ଠାରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି, ତାହେଲେ ବାହାର ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହା ସହ ଖାଦ୍ୟରେ ଲୁଣ ଅଧିକ ମିଶାଇବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ସେହିପରି ଆଚାର ଏବଂ ଚଟଣୀ କମ୍‌ ଖାଆନ୍ତୁ । ଏହା ବ୍ୟତୀତ ଧଳା ଲୁଣ ବଦଳରେ ଅନ୍ୟ ଲୁଣ ବ୍ୟବହାର କରନ୍ତୁ । ଯେପରି କଳା ଲୁଣ, ସୌଧ ଲୁଣକୁ ଖାଦ୍ୟରେ ବ୍ୟବହାର କରନ୍ତୁ । ଯାହା ଫଳରେ ଆପଣ ସ୍କିନ୍‌ ସମସ୍ୟା ସହ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ