Monday, July 21, 2025
29.3 C
Odisha

    ସାଆଁଳାଶୁଣି ମକର ମହୋତ୍ସବ” ଉଦଯାପିତ

    ଆଗକୁ ପଢନ୍ତୁ

    ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଣପୁର ଗ୍ରାମ ପଞ୍ଚାୟତରେ ଚାଲିଥିବା “ସାଆଁଳାଶୁଣି ମକର ମହୋତ୍ସବ” ଗତକାଲି ରାତିରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ କୋରେଇ ବିଧାୟକ ଆକାଶ ଦାସ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜକ କମିଟି ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

    ଗତ ୧୭ ତାରିଖରେ ଏହି ମହୋତ୍ସବ ଆରମ୍ଭ ହୋଇଥିଲା। ବନ୍ୟା ପ୍ରଭାବିତ ଏହି ଅଞ୍ଚଳର ଜନସାଧାରଣଙ୍କ ମନୋରଞ୍ଜନ ଓ ପରସ୍ପର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ଏହି ମହୋତ୍ସବର ଆୟୋଜନ କରାଯାଇଥିଲା। ତେବେ ମହୋତ୍ସବର ଉଦଯାପନୀ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

    ବହୁ ନାମୀଦାମୀ କଳାକାରଙ୍କ ଦ୍ବାରା ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ। ମହୋତ୍ସବକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.3 ° C
    29.3 °
    29.3 °
    75 %
    1.9kmh
    68 %
    Mon
    29 °
    Tue
    34 °
    Wed
    32 °
    Thu
    26 °
    Fri
    23 °

    ସମ୍ବନ୍ଧିତ