Friday, October 18, 2024
30.6 C
Odisha

    ବିଜେପି ଜିଲ୍ଲା ସଭାପତିଙ୍କ କାର୍ଯ୍ୟାଳୟ ଅକ୍ତିଆର ଘଟଣା ବଂଶବାଦ୍ ରାଜନୀତି ଚାଲିଛି: ଗିରୀଶ ପଟେଲ

    ଆଗକୁ ପଢନ୍ତୁ

    ସମ୍ୱଲପୁର : ସମ୍ବଲପୁର ବିଜେପି କାର୍ଯ୍ୟାଳୟଠାରେ ଶୁକ୍ରବାର ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି ନିଜ ଅକ୍ତିଆରକୁ ନେଇଥିଲେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ । ଏହି ଘଟଣା ନେଇ ଜିଲ୍ଲା ବିଜେପିରେ ଏକ ପ୍ରକାର ହଟଚମଟ ଲାଗି ରହିଛି ।
    ଏନେଇ ଜିଲ୍ଲା ସଭାପତି ଗିରିଶ ପଟେଲ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବଂଶବାଦ୍ ରାଜନୀତିକୁ ଆଗକୁ ନେବାପାଇଁ ଶୁଭଶ୍ରୀ ମିଶ୍ର ଏଭଳି କାମ କରିଛନ୍ତି । ଜିଲ୍ଲା ସଭାପତିଙ୍କ ପ୍ରକୋଷ୍ଠରେ ତାଲା ଭାଙ୍ଗିବା ସହ ସଭାପତିଙ୍କ ଚୌକିରେ ବସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁଁ ନ ଥିବା ସମୟରେ ଶୁଭଶ୍ରୀ ତାଙ୍କ ସମର୍ଥକଙ୍କ ସହ ମୋ ପ୍ରକୋଷ୍ଠ ତାଲା ଭାଙ୍ଗି ରୁମ୍‌ରେ ପଶିଥିଲେ । ଏ ବିଷୟରେ ଉପରେ ସମସ୍ତଙ୍କୁ ଜଣାଇ ଦେଇଛି ।
    ପ୍ରକାଶ ଥାଉକି, ବିଧାୟକ ଜୟନାରାୟଣ ମିଶ୍ର ଓ ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ମଧ୍ୟରେ ଗତ କିଛିମାସ ଧରି ତିକ୍ତତା ଲାଗି ରହିଛି । ଏପରିକି ଜିଲ୍ଲା ବିଜେପି ଦୁଇ ଗୋଷ୍ଠୀରେ ପରିଣତ ହୋଇଛି । ଏହାର ଫଳସ୍ୱରୁପ ବିଧାୟକଙ୍କ ଝିଅ ଜିଲ୍ଲା ସଭାପତିଙ୍କ ପ୍ରକୋଷ୍ଠ ଦଖଲ କରିବା ଦଳୀୟ କନ୍ଦଳକୁ ପଦାରେ ପକାଇଛି । ଶୁକ୍ରବାର ବିଜେପି କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କାର୍ଯ୍ୟକ୍ରମ ଥିଲା । ଏହା ସରିବା ପରେ ସଭାପତି ଗିରୀଶ ନିଜ ପ୍ରକୋଷ୍ଠରେ ତାଲା ପକାଇ ଚାଲିଯାଇଥିଲେ । କିଛି ସମୟ ପରେ ବିଧାୟକ ଜୟନାରାଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ନିଜ ସମର୍ଥକଙ୍କ ସହ ଆସି ସଭାପତିଙ୍କ ପ୍ରକୋଷ୍ଠରେ ଲାଗିଥିବା ତାଲା ଭାଙ୍ଗି ଭିତରକୁ ପ୍ରବେଶ କରି ବୈଠକ କରିଥିଲେ । ଶେଷରେ ସେ ଉକ୍ତ ପ୍ରକୋଷ୍ଠରେ ଏକ ତାଲାପକାଇ ଚାଲିଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ