Tuesday, September 29, 2026
23.6 C
Odisha

    ଅନେକଥର ଧମକ ଦେବା ପରେ ଶେଷରେ ମୋ ଭଉଣୀକୁ ମାରିଦେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସମ୍ବଲପୁରୀ ସଙ୍ଗୀତ ଶିଳ୍ପରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଲୋକପ୍ରିୟ ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଗତ ୧୫ଦିନ ହେବ ସେ ହସ୍ପିଟାଲ ବିଛଣାରେ ପଡ଼ି ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରିକରି ଶେଷରେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି। ରୁକ୍‌ସନାଙ୍କ ହଠାତ ଏତେ କମ ବୟସରେ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପରିବାର ଓ ଫ୍ୟାନ୍ସ ସ୍ତବ୍ଧ ହୋଇଯାଇଛନ୍ତି।

    ରୁକ୍‌ସନାଙ୍କ ମୃତ୍ୟୁକୁ ନେଇ ତାଙ୍କ ମା’ ଓ ବଡ ଭଉଣୀ ଅଭିଯୋଗ କରିଛନ୍ତି ଯେ, ରୁକ୍‌ସନାଙ୍କୁ ପଶ୍ଚିମଓଡ଼ିଶାର ଜଣେ ପ୍ରତିଦ୍ବନ୍ଦ୍ବୀ ସ୍ଲୋ ପଏଜନ ଦେଇ ମାରି ଦେଇଛନ୍ତି। ତେବେ ଏହି ହତ୍ୟା ପୂର୍ବରୁ ରୁକ୍ସନାଙ୍କୁ ଅନେକ ଥର ଧମକ ବି ମିଳିଥିଲା। ସୁଟିଂ ସମୟରେ ରୁକ୍ସନା ମନା କରୁଥିବା ସତ୍ତ୍ବେ ତାଙ୍କୁ ବାଧ୍ୟ କରି ଜୁସ ପିଇବାକୁ ଦିଆଯାଇଥିଲା ବୋଲି ହସ୍ପିଟାଲ ବିଛଣାରେ ପଡ଼ିଥିବା ବେଳେ କଣ୍ଠଶିଳ୍ପୀ କହିଥିଲେ। ଯାହାକୁ ପିଇବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଝିଅକୁ ଆମେ ତ ହରାଇ ଦେଲୁ। କିନ୍ତୁ ତାକୁ ଏଭଳି ହତ୍ୟା କରିବା ପଛରେ ଯାହାର ହାତ ଅଛି ତାକୁ ତୁରନ୍ତ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରୁକ୍ସନା ଓ ଆମକୁ ଯଥାଶୀଘ୍ର ନ୍ୟାୟ ଦିଆଯାଉ।’

    ରୁକ୍ସନାଙ୍କ ମୁତ୍ୟୁ ଘଟଣାର ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି। କଣ୍ଠଶିଳ୍ପୀଙ୍କ ପରିବାରଲୋକ କରିଥିବା ଅଭିଯୋଗର ଯାଞ୍ଚ ଚାଲିଥିବା ବେଳେ କୌଣସି ଦୃଢ଼ ପ୍ରମାଣ ମିିଳିନାହିଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି, ‘୧୫ଦିନ ପୂର୍ବରୁ ଏକ ଗୀତର ସୁଟିଂ ସମୟରେ ରୁକ୍ସନା ଅସୁସ୍ଥ ହୋଇପଡ଼ିଥିଲେ। ଅଗଷ୍ଟ ୨୭ ତାରିଖରେ ଭବାନିପଟଣାର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଶରୀର ଅବସ୍ଥା ସଙ୍କଟାପନ୍ନ ହେବାରୁ  ବଲାଙ୍ଗୀରର ଭୀମ ଭୋଇ ମେଡ଼ିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ଼ର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

    ତେବେ ରୁକ୍‌ସନାଙ୍କର ସ୍କ୍ରାବ୍ ଟାଇଫସରେ ମୃତ୍ୟୁ ଘଟିଥିବା ଜଣାଯାଇଛି।ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ