Monday, September 28, 2026
23.6 C
Odisha

    ଭରତପୁର ଘଟଣାକୁ ନେଇ ଏହା କହିଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କମିସନରେଟ୍‌ ପୁଲିସ ଅଧିନ ଭରତପୁର ଥାନା ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ଏବେ ତେଜିଛି ରାଜନୀତି | ବିରୋଧୀ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଥିବାବେଳେ ରାଜ୍ୟ ସରକାର କହିଛନ୍ତି ଯେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ସହିତ ଥିବା ଜଣେ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ ଅଭିଯୋଗକୁ ସରକାର ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିଛନ୍ତି।

    ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଘଟଣା ଅତ୍ୟନ୍ତ ସଂବେଦନଶୀଳ ହୋଇଥିବାରୁ କ୍ରାଇମ ବ୍ରାଞ୍ଚକୁ ଘଟଣାର ଯାଞ୍ଚ କରି ତୁରନ୍ତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ପ୍ରାପ୍ତ ହେବା ମାତ୍ରେ ଆଇନ ଅନୁଯାୟୀ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ। ମହିଳା ହିଂସା ବିରୁଦ୍ଧରେ ସରକାର ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରୁଛନ୍ତି ଏବଂ ମହିଳା ନିର୍ଯ୍ୟାତନାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ। ଅନ୍ୟପଟେ ପୀଡିତାଙ୍କୁ ଆଜି ଏମ୍ସରେ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା |

    ସେ କହିଛନ୍ତି ଯେ ଯାହା ଯାହା ଘଟିଛି ପୀଡିତା କହିଛନ୍ତି । ଯାହା ସହ ଏମିତି ଘଟିଥିବ ସେ ମାନସିକ ସ୍ତରରେ ଦୁର୍ବଳ ହୋଇଯିବା ସ୍ୱାଭାବିକ କଥା କିନ୍ତୁ ମୁଁ ସମ୍ପୂର୍ଣ୍ଣ ଆଲୋଚନା କରିଛି ବୋଲି ସେ କହିଛନ୍ତି । ଡିସିପିଙ୍କ ସହ ମଧ୍ୟ ଏନେଇ ଆଲୋଚନା ହୋଇଛି । ଡିଜିପି 5 ଜଣଙ୍କୁ ସସପେଣ୍ଡ କରିଛନ୍ତି । କେସ୍ କ୍ରାଇମବ୍ରାଞ୍ଚକୁ ଯାଇଛି ।

    ଯେ କେହି ବି ହେଉ କଡା କାର୍ଯ୍ୟାନୁଷ୍ଠାନ ହେବ । ନିର୍ଦ୍ଧିଷ୍ଟ ଦିନ ଭିତରେ ରିପୋର୍ଟ ଆସିବ । ଯେ କେହି ବି ଦୋଷୀ ସେ ଦଣ୍ଡ ପାଇବେ । ସରକାର ମହିଳାଙ୍କ ପ୍ରତି ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ଡିସିପିଙ୍କ ରିପୋର୍ଟ ଆଧାରରେ ଭରତପୁର ଥାନାରେ ପୂର୍ବରୁ ହିଁ ସିସିଟିଭି ନଥିଲା । କିନ୍ତୁ ସରକାର ସମସ୍ତ ଥାନାରେ ସିସିଟିଭି ଲଗାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ