Sunday, September 20, 2026
30.5 C
Odisha

    ସୋଏବଙ୍କ ଠାରୁ ଛାଡ଼ପତ୍ର ପରେ ସାନିଆ ସେୟାର କଲେ ପ୍ରଥମ ପୋଷ୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଛି। ଛାଡ଼ପତ୍ର ପରେ ସାନିଆ ପ୍ରଥମଥର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସୋନିଆଙ୍କୁ ଦର୍ପଣ ସମ୍ମୁଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ସାନିଆ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ରି‌ଫ୍ଲେକ୍ଟ’। ସୋଏବ ସାନିଆଙ୍କୁ ୨୦୧୦ ମସିହାରେ ହାଇଦ୍ରାବାଦରେ ଧୁମଧାମରେ ବିବାହ କରିଥିଲେ। ଦୁହିଁଙ୍କର ଏକ ପୁତ୍ର ସନ୍ତାନ ବି ଅଛି। ଯାହାଙ୍କ ନାମ ରହିଛି ଇଜହାନ। ୫ବର୍ଷର ଇଜହାନ ଇନଷ୍ଟାଗ୍ରାମରେ ଖୁବ ସକ୍ରିୟ। ଏହି ପ୍ଲାଟଫର୍ମରେ ଏକାକି ତାଙ୍କର ୧ଲକ୍ଷ ୨୩ହଜାରରୁ ଅଧିକ ଫଲୋୟର୍ସ ରହିଛନ୍ତି।

    ତେବେ ସୋଏବଙ୍କ ତୃତୀୟ ବିବାହ ସାମ୍ନ‌ାକୁ ଆସିବା ପରେ ଅନେକ ଲୋକ ପ୍ରଶ୍ନ କରିଥିଲେ କି ସାନିଆଙ୍କୁ ଛାଡ଼ପତ୍ର ନଦେଇ ସୋଏବ କିପରି ତୃତୀୟ ବିବାହ କରି ପାରିଲେ। ଏହାକୁ ନେଇ ସାନିଆଙ୍କ ବାପା ପ୍ରତିକ୍ରିୟା ଦେଇ କହିଥିଲେ, ‘ ସାନିଆ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ଲୋକଙ୍କ ଠାରୁ ଦୂରେଇ ରଖିନ୍ତି। ତେଣୁ ତାଙ୍କ ବିଷୟରେ କେହି କିଛି ଜାଣି ପାରନ୍ତି ନାହିଁ। କିନ୍ତୁ ଏବେ ସମୟ ଆସିଛି ସବୁକିଛି କହିବାକୁ। ସାନିଆ ନିଜ ଆଡୁ ଛାଡ଼ପତ୍ର ପାଇଁ ଆ‌ବେଦନ କରି ସୋଏବଙ୍କ ଠାରୁ ଅଲଗା ହୋଇଥିଲେ। ଏହାପରେ କ୍ରିକେଟର ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି। ସୋଏବ ତାଙ୍କ ବୈବାହିକ ଜୀବନରେ ଖୁସିରେ ରୁହନ୍ତୁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    65 %
    2.7kmh
    97 %
    Sun
    30 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ