Sunday, September 29, 2024
24.7 C
Odisha

    ବାଟବଣା କଲା ଗୁଗଲ ମ୍ୟାପ:୧୧ଘଣ୍ଟା ପରେ ଉଦ୍ଧାର ହେଲେ ସପ୍ତଶଯ୍ୟାରେ ଫସିଥିବା ୫ ଛାତ୍ର

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ଢେଙ୍କାନାଳର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ସପ୍ତଶଯ୍ୟାକୁ ବୁଲିବାକୁ ଆସି ୫ଜଣ ଛାତ୍ର ଘଞ୍ଚ ଜଙ୍ଗଲରେ  ନିଖୋଜ ହୋଇଯାଇଥିଲେ । ଗୁଗଲ ମ୍ୟାପକୁ ସର୍ଚ୍ଚ କରିବା ଦ୍ୱାରା ସେମାନେ ଫସିଯାଇଥିବା ଉଦ୍ଧାର ପରେ ଛାତ୍ରମାନେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ, ବନବିଭାଗ ମିଳିତ ଭାବରେ ୨ଟି ଟିମ୍ ଗଠନ କରାଯାଇ ଘନଘନ ବର୍ଷା ଓ ଅନ୍ଧାର ରାତିରେ ଜଙ୍ଗଲର ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ ।
    ଢେଙ୍କାନାଳ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳୀକୁ କଟକ ଅଞ୍ଚଳର ୪ ଜଣ ଛାତ୍ର ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ସୁଜିତ ସାହୁ, ଲକି ଦାସଙ୍କ ସହିତ ଢେଙ୍କାନଳ କାମଧେନୁକୋଟ ଗ୍ରାମର ହିମାଂଶୁ କୁମାର ଦାସ ବୁଲିବାକୁ ଆସିଥିଲେ । ସେମାନେ ସପ୍ତଶଯ୍ୟାକୁ ପରିଦର୍ଶନ କରିବାକୁ ଆସିଥିବା ବେଳେ ରାତି ଏବଂ ପ୍ରବଳ ବର୍ଷା ଯୋଗୁ ବିଷ୍ଣୁବାବାଙ୍କ ମଠ ନିକଟରୁ ରାସ୍ତା ନପାଇ କେଉଁଆଡେ ଜଙ୍ଗଲ ଭିତରେ ଚାଲିଯାଇଥିଲେ । ସେମାନେ ମୋବାଇଲ ଦ୍ୱାରା ଗୁଗଲ ମ୍ୟାପ ସର୍ଚ୍ଚ କରିବା ଦ୍ୱାରା ମ୍ୟାପକୁ ଅଧାରକରି ସେମାନେ ବାଟ ଚାଲିଥିଲେ । କିନ୍ତୁ ସେମାନେ ବାଟବଣା ହୋଇଯାଇଥିଲେ । ଏହାପରେ ଘରଲୋକଙ୍କୁ ଫୋନ କରିବା ପରେ ପରିବାର ଲୋକ ପୁଲିସ ହେଲ୍ପଲାଇନକୁ ଖବର ଦେଇଥିଲେ । ଖବରପାଇ ସଦର ପୁଲିସ ଓ ବନଖଣ୍ଡ ଅଧିକାରୀ ସୁମିତ କରଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ ଗଠନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସର୍ଚ୍ଚ ଅପରେସନ ସଦର ରେଞ୍ଜ ଅଧିକାରୀ ଭୁବନାନନ୍ଦ ମିଶ୍ରଙ୍କ ସହିତ ସଦର ଫରେଷ୍ଟର, ଗାର୍ଡ, ହାତୀ ସ୍କ୍ୱାଡର କର୍ମଚାରୀ, ଗ୍ରାମବାସୀମାନେ ଏକ୍ରତିତ ହୋଇ ପ୍ରବଳ ବର୍ଷା ଓ ଘନ ଜଙ୍ଗଲରେ ଏସ୍‌ପି ମଡକର ସନ୍ଦୀପ ସମ୍ପତଙ୍କ ସହିତ ବନବିଭାଗର କର୍ମଚାରୀମାନେ ଅନ୍ଧାର ରାତିରେ ଖୋଜାଖୋଜି କରିବା ପରେ ସେମାନଙ୍କୁ ମାଝୀସାହି ନିକଟରୁ ରାତି ୧୧ଟା ୪୦ ସମୟରେ ଉଦ୍ଧାର କରିଥିଲେ । ପ୍ରାୟ ୧୧ଘଣ୍ଟା ଜଙ୍ଗଲ ଭିତରେ ଫସିରହିଥିବାର ଛାତ୍ରମାନେ ପ୍ରକାଶ କରିଛନ୍ତି । ତେବେ ଗୁଗଲ ମ୍ୟାପ ଯୋଗୁ ସେମାନେ ବାଟବଣା ହୋଇଥିବାର ପ୍ରକାଶ କରିଛନ୍ତି । ମ୍ୟାପକୁ ଅନୁସନ୍ଧାନ କରି ଛାତ୍ରମାନେ ଜଙ୍ଗଲ ଭିତରେ ଚାଲିଚାଲି ସମ୍ପୂର୍ଣ୍ଣ ଭାବରେ ମଝି ଜଙ୍ଗଲକୁ ଚାଲିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ସ୍ୱାସ୍ଥ୍ୟ ଯାଞ୍ଚ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବନଖଣ୍ଡ ଅଧିକାରୀ ସୁମିତ କରଙ୍କ କହିବା ଅନୁସାରେ ଛାତ୍ରମାନେ ଅନ୍ଧାର ରାତିରେ ସପ୍ତଶଯ୍ୟା ପାହାଡର ଭୂଆଶୁଣୀ ଅଞ୍ଚଳକୁ ଚାଲିଯାଇଥିଲେ । ସେମାନଙ୍କୁ ବହୁ ଖୋଜାଖୋଜି କରିବା ପରେ ଶେଷରେ ଠାବ କରାଯାଇ ଉଦ୍ଧାର କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    93 %
    1.4kmh
    7 %
    Sat
    24 °
    Sun
    31 °
    Mon
    31 °
    Tue
    32 °
    Wed
    30 °

    ସମ୍ବନ୍ଧିତ