Sunday, March 8, 2026
20.6 C
Odisha

    ସାରାଙ୍କ ପ୍ରେରଣା ନୀଳନୟନା

    ଆଗକୁ ପଢନ୍ତୁ

    ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏକ ଫିଲ୍ମ ପରିବାରର ଦାୟାଦ। ତାଙ୍କ ବାପା, ମାଆ, ଜେଜେମାଆ, ପିଉସୀ ସମସ୍ତେ ଜଣେ ଜଣେ କଳାକାର। ହେଲେ ସେମାନଙ୍କୁ ଦେଖି ସାରା କେବେ ବି ଅଭିନେତ୍ରୀ ହେବାକୁ ପ୍ରେରିତ ହୋଇ ନଥିଲେ। ସାରା ଆଜି ବଲିଉଡ୍‌ର ଜଣେ ଶୀର୍ଷସ୍ତରୀୟ ଅଭିନେତ୍ରୀ। ସେ କହନ୍ତି, ଅଭିନେତ୍ରୀ ହେବା ପାଇଁ ପ୍ରେରଣା ନିଜ ଘରୁ କାହାଠାରୁ ନୁହେଁ; ବରଂ ଐଶ୍ବର୍ଯ୍ୟା ରାୟଙ୍କଠାରୁ ପାଇଥିଲେ। ଏକ ସାକ୍ଷାତ୍‌କାରରେ ଥରେ ସାରା କହିଥିଲେ ଯେ ସେ ଐଶ୍ବର୍ଯ୍ୟାଙ୍କୁ ଚିକାଗୋରେ ଏକ ମଞ୍ଚରେ ଅଭିନୟ ପ୍ରଦର୍ଶନ କରୁଥିବାର ଦେଖିଥିଲେ। ତାଙ୍କୁ ଦେଖିବା ପରେ ସାରା ଏତେ ପ୍ରଭାବିତ ହୋଇଗଲେ ଯେ ଅଭିନେତ୍ରୀ ହେବାକୁ ଇଚ୍ଛା କରିଥିଲେ।

    ହେଲେ ସେ ସମୟରେ ତାଙ୍କ ଓଜନ ଅତ୍ୟଧିକ ଥିବା ହେତୁ ସିନେମାର ହିରୋଇନ୍‌ ହେବାର ସ୍ବପ୍ନ ତାଙ୍କୁ ସ୍ବପ୍ନରେ ରହିଯିବା ପରି ଲାଗୁଥିଲା। ତାଙ୍କର ପିସିଓଏସ୍‌ ପରି ଗମ୍ଭୀର ଶାରୀରିକ ସମସ୍ୟା ଥିବାରୁ ଓଜନ ହ୍ରାସ କରିବା ସାରାଙ୍କ ପକ୍ଷେ ଅସମ୍ଭବ ଥିଲା। ହେଲେ ସାରା ତାଙ୍କ ମାଆ ଅମୃତାଙ୍କ ସହାୟତାରେ ନିଜକୁ ଫିଟ୍‌ କରାଇ ‘କେଦାରନାଥ’ ସିନେମାରେ ଅଭିନୟ ଦୁନିଆକୁ ପ୍ରବେଶ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.6 ° C
    20.6 °
    20.6 °
    92 %
    1.1kmh
    0 %
    Sun
    36 °
    Mon
    37 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ