Thursday, October 1, 2026
24.6 C
Odisha

    SC-ST ବିଭାଗରେ ନିଯୁକ୍ତି ସୁଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଚାକିରି ସନ୍ଧାନରେ ରହିଥିବା ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟ ସରକାର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଗବେଷଣା ଓ ଟ୍ରେନିଂ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ)) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ କାପାସିଟି ବିଲଡିଂ ଆଣ୍ଡ ଟ୍ରେନିଂ ଏକ୍ସପର୍ଟ ପଦରେ ନିଯୁକ୍ତି ଦିଆଯିବ । ‘ମୋ ଜଙ୍ଗଲ ଜମି ଯୋଜନା’ ସ୍କିମରେ ପ୍ରାର୍ଥୀମାନେ କାର୍ଯ୍ୟ କରିବେ ।ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ, ପ୍ରୋଫେସନାଲ ଆକାଡେମିକ୍ ଇନଷ୍ଟିଚ୍ୟୁସନରୁ ଆନ୍ଥରୋପୋଲୋଜି, ଟ୍ରାଇବାଲ ଷ୍ଟଡିଜ, ସୋସିଆଲ ୱାର୍କ, ଡେଭଲପମେଣ୍ଟ ଷ୍ଟଡିଜ, ରୁରାଲ ଡେଭଲପମେଣ୍ଟରେ ମାଷ୍ଟର ଡିଗ୍ରୀ ଏବଂ କମ୍ପ୍ୟୁଟର ଦକ୍ଷତା ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର କାପାସିଟି ଓ ବିଲଡିଂ ଟ୍ରେନିଂ ସଂସ୍ଥାରେ ଏବଂ ଏସସି ଆଣ୍ଡ ଏସଟି କମ୍ପ୍ୟୁନିଟି ସମେତ ସରକାରୀ ସ୍କିମ, କାର୍ଯ୍ୟକ୍ରମରେ ଅତିମରେ ୧୦ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ ।୨୦୨୪ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୩୫ରୁ ୬୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର କାର୍ଯ୍ୟ ଅଭିଜ୍ଞତା ଓ ଦକ୍ଷତା ଆଧାରରେ ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କୁ ମାସିକ ୭୫ ହଜାର ଟଙ୍କା ବେତନ ଆକାରରେ ପ୍ରଦାନ କରାଯିବ । ପ୍ରାର୍ଥୀମାନେ ଏଥିରେ ଆବେଦନ କରିବାକୁ ତଳେ ଦିଆଯାଇଥିବା ଆପ୍ଲିକେସନ ଫର୍ମକୁ ଡାଉନଲୋଡ୍ କରିପାରିବେ । ଜୁଲାଇ ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିମ୍ନରେ ପ୍ରଦତ୍ତ ଠିକଣାରେ ନିଜ ନିଜର ଆପ୍ଲିକେସନ ପଠାଇ ପାରିବେ ।

    ବିଜ୍ଞପ୍ତିଲିଙ୍କ: https://www.scstrti.in/images/current/tender/No-2138-ToR-for-CB-T-Expert.pdf

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.6 ° C
    24.6 °
    24.6 °
    83 %
    1.4kmh
    22 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ