Saturday, October 3, 2026
22.1 C
Odisha

    ସୋମବାର ସୁପ୍ରିମକୋର୍ଟରେ ହେବ ସନ୍ଦେଶଖାଲି ମାମଲାର ଶୁଣାଣି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ। ଏହି ମାମଲାକୁ ନେଇ ନିକଟରେ ଜଣେ ଓକିଲ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ତଦନ୍ତ ଓ ପରବର୍ତ୍ତୀ ଶୁଣାଣିକୁ ପଶ୍ଚିମବଙ୍ଗ ବାହାରକୁ ସ୍ଥାନାନ୍ତର କରିବାକୁ ଆବେଦନରେ ଦାବି କରାଯାଇଛି। ଯେଉଁଥିରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ କିମ୍ବା ଏସଆଇଟି ଜରିଆରେ ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି। ଏଥିରେ ମଣିପୁର ଭଳି ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିବାକୁ ଦାବି କରାଯାଇଛି। ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା ସହ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଜନସ୍ବାର୍ଥ ମାମଲାରେ ଦାବି କରାଯାଇଛି।
    ଅନ୍ୟପକ୍ଷରେ ସନ୍ଦେଶଖାଲି ହିଂସା ମାମଲାର ଅଭିଯୁକ୍ତ ଟିଏମସି ନେତା ଶିବୁ ହାଜରାଙ୍କୁ ବଶିରହାଟ ଉପଖଣ୍ଡ ଅଦାଲତ ୮ ଦିନିଆ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ଏହା ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ବ୍ୟାକ୍ଫୁଟ୍ ରେ ପକାଇଦେଇଛି। ମମତା ବାନାର୍ଜୀ କହିଛନ୍ତି ଯେ ଯେଉଁମାନଙ୍କ ଜମି ଜବରଦଖଲ ହୋଇଛି ସେମାନେ ଏହାକୁ ଫେରାଇ ଦେବେ। ବୀରଭୂମରେ ଏକ ସାଧାରଣ ସଭାରେ ମମତା ବାନାର୍ଜୀ କହିଛନ୍ତି ଯେ କେହି ଏତଲା ଦେଇନାହାଁନ୍ତି, କିନ୍ତୁ ମୁଁ ପୋଲିସକୁ ଏହି ମାମଲାକୁ ଗ୍ରହଣ କରି ମାମଲା ରୁଜୁ କରିବାକୁ କହିଛି । ଯେଉଁମାନଙ୍କର ଜମି ଦଖଲ ରହିଛି ସେମାନଙ୍କୁ ଫେରାଇ ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.1 ° C
    22.1 °
    22.1 °
    84 %
    1.2kmh
    34 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ