Tuesday, October 6, 2026
25.1 C
Odisha

    ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ, ପିଲା ପିନ୍ଧିବେ ବାଦାମୀ ରଙ୍ଗର ଡ୍ରେସ୍

    ଆଗକୁ ପଢନ୍ତୁ

    କଟକ : ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ । ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସବୁଜ ପ୍ୟାଣ୍ଟ-ଚେକ ସାର୍ଟ ନୁହେଁ, ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ । ସବୁଠୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ସମସ୍ତଙ୍କୁ ଡ୍ରେସ ମିଳିବ। ଏହା ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ବଣ୍ଟାଯିବ। । ଏସବୁ ସ୍କୁଲଗୁଡ଼ିକୁ ସରକାର ୟୁନିଫର୍ମ ଯୋଗାଇଦେବେ। ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଗଣ ଶିକ୍ଷା ବିଭାଗ ଚିଠି ଲେଖିଥିବା ସୂଚନା ମିଳିଛି।

    ପ୍ରକାଶଥାଉ କି ୨୦୨୩- ୨୪ ଶିକ୍ଷାବର୍ଷରେ ତତ୍କାଳୀନ ସରକାର ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ସବୁଜ କରିଥିଲେ । ଏବେ ତାହାକୁ ବଦଳାଯାଇ ବାଦାମୀ ରଙ୍ଗର ଗାରପକା ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ ରଖିବାକୁ ସ୍ଥିର ହୋଇଛି। ଛାତ୍ରଙ୍କ ପାଇଁ ଫୁଲ୍ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର ପଞ୍ଜାବୀ ସହ ଜ୍ୟାକେଟ ରହିଛି। ଛାତ୍ରୀଙ୍କ ଜ୍ୟାକେଟ୍ ରେ ଦୁଇଟି ପକେଟ ରହିଥିବା ବେଳେ ଛାତ୍ରଙ୍କର ବେଲ୍ଟ ରହିବ। ୟୁନିଫର୍ମରେ କୌଣସି ଲୋଗୋ ରହିବ ନାହିଁ। ଯେଉଁ ବିଦ୍ୟାଳୟରେ ପୁରୁଣା ରଙ୍ଗର ୟୁନିଫର୍ମ ଲାଗୁ ହୋଇ ନାହିଁ କିମ୍ବା ବଣ୍ଟନ କରାଯାଇ ନାହିଁ ସେଠାକାର ପିଲାଙ୍କ କ୍ଷେତ୍ରରେ ଏହି ନୂତନ ରଙ୍ଗର ୟୁନିଫର୍ମ ମଧ୍ୟ ଲାଗୁ କରାଯିବ।

    ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କୁଲରେ ପଢୁଥିବା ସମସ୍ତ ପିଲାଙ୍କୁ ଏହି ପୋଷକ ବଣ୍ଟନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ କରାଯିବା ସହ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶଙ୍କୁ ଅବଗତ କରାଯାଇଛି। ତେବେ କେବେ ସୁଦ୍ଧା ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ୟୁନିଫର୍ମ ମିଳିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    75 %
    0.6kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ